ରାଜ୍ୟ ଯୋଗାଣ ବିଭାଗ ପିଆଜ ଓ ଆଳୁର ଦରବୃଦ୍ଧି ରୋକିବାକୁ ଏକ ବିରାଟ ପଦକ୍ଷେପ ନେଇଛି । ଜିଲ୍ଲାପାଳମାନଙ୍କୁ ଷ୍ଟୋରେଜ ନିୟମ ସଂଶୋଧନ
|
କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ସେ ଭାରତକୁ ବଳାତ୍କାରର ରାଜଧାନୀ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଦୁନିଆର ବଳାତ୍କାରର ରାଜଧାନୀ ରୂପେ ପରିଚିତ ହେଉଛି। ନିଜର ସଂସଦୀୟ କ୍ଷେତ୍ର କେରଳର ଓ୍ଵାୟନାଡ଼ରେ ଏକ କାର୍ୟ୍ୟ କ୍ରମରେ ରାହୁଲ ଗାନ୍ଧୀ ବଳାତ୍କାର ଓ ହତ୍ୟା ଆରୋପି ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।
|
ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହିତ ବଳାତ୍କାର ଓ ଅମାନୁଷିକ ହତ୍ୟା ଓ ପୁଣି ଉନ୍ନାଓରେ ପୀଡ଼ିତାଙ୍କ ମୃତ୍ୟୁରେ ସମଗ୍ର ଦେଶ ଆକ୍ରୋଶିତ ହୋଇ ଉଠିଛି। ଏହା ପରେ କେନ୍ଦ୍ର ସରକାର ସକ୍ରିୟ ହୋଇ ଉଠିଛି। ଏହି ସଂଦର୍ଭରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ
|
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଖୋର୍ଦ୍ଧା ବରୁଣେଇ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଐତିହାସିକ ବରୁଣେଇର ପାଦଦେଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷର ସ୍ମୃତିର ଶୁଭାରମ୍ଭ କରାଯିବ ।
|
ଆଇଏଏସ ପ୍ରଶିକ୍ଷଣ ସମୟରେ ୫-ଟି ( ଟ୍ରାନ୍ସପରେନ୍ସି, ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଏବଂ ଟାଇମ)ପାଠ ପଢାଯାଉଥିଲା । ରାଜ୍ୟ ସରକାର ଲାଗୁ କରିଥିବା ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ । ଏଥିରେ କୌଣସି ନୂତନତ୍ୱ ନାହିଁ, ଏହା ବହୁତ ପୂରୁଣା କଥା । ଏହା ସୁଶାସନର ପକ୍ଷ ନୁହେଁ । ଶାସକ ବିଜେଡି ୨୦ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବାବେଳେ ହଠାତ୍ ଏବେ କାହିଁକି ୫-ଟି ଅଣାଗଲା ବୋଲି ଭୁବନେଶ୍ୱର ବିଜେପି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।
|
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଉତ୍ସବ ଓ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏ
|
ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଆଖିରେ ଆଙ୍ଗୁଠି ଦେଖେଇ ଚାଲିଛି ଦୁର୍ନୀତି । କେଉଁଠି ପଚାଂୟତରେ ରହୁଥିବା ମୋଟ ଘର ସଂଖ୍ୟାଠାରୁ ପକ୍କାଘର ସଂଖ୍ୟା ବଳିଗଲାଣି ତ କେଉଁଠି ଯେଉଁ ପରିବାରକୁ ଗତ ଆର୍ଥୀକ ବର୍ଷରେ କୋଠାଘର ଅଛି ବୋଲି ପକ୍କାଘର ଦେଇନଥିଲେ ତାକୁ ଚଳିତ ଆର୍ଥୀକ ବର୍ଷରେ ପକ୍କାଘର ମିଳିଛି । ରାଜ୍ୟର ସମସ୍ତ ଜିଲ୍ଲାର ଚାଲିଛି ଏପ୍ରକାର ଦୁର୍ନୀତି ।
|
ଗଞ୍ଜାମ, 2 ଜୁନ (ନି.ପ୍ର)-ଆସନ୍ତା ଜୁନ 23 ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ପଦ୍ମ ଫୁଟାଇବା ପାଇଁ କରିବେ ରଣନୀତି । ବୁଥ ସ୍ତରରୁ ନେତାଙ୍କ ସହ କରିବେ ଆଲୋଚନା । ଯାହାକୁ ନେଇ ଏବେ ଠାରୁ ସରଗରମ ହୋଇଗଲାଣୀ ଗଞ୍ଜାମ ରାଜନୀତି ।
|
ମାଲକାନାଗିରି, 2 ଜୁନ (ନି.ପ୍ର)-ଆଦିବାସୀ ଅଧୁଷିତ ମାଲକାନାଗିରିରେ ପାଣିପାଇଁ ଡହଳବିକଳ । ସମଗ୍ର ଜିଲାରେ ଏବେ ପାଣି ଚିନ୍ତା ଜନକ ବିଷୟ ଥିବା ବେଳେ କୁମ୍ଭକର୍ଣ୍ଣ ନୁଦ୍ରାରେ ଶୋଇଛନ୍ତି ସରକାର । ଯାହାକୁ ନେଇ ସମଗ୍ର ଜିଲାରେ ଅଶନ୍ତୋଷ ଦେଖାଦେବା ସହ ସ୍ଥାନୀୟ ବିଜେଡି ବିଧାୟକ ମାନସ ମାଡକାମୀଙ୍କୁ ଘେରିଥିଲେ ବିଧାୟକ । ଯାହାକୁ ନେଇ ହଟହଟା ହୋଇଥିଲେ ବିଧାୟକ ।
|
କେନ୍ଦ୍ରାପଡା, 2 ଜୁନ (ନି.ପ୍ର)-କେନ୍ଦ୍ରାପଡା ବିଜେଡି ରାଜନୀତି ସରଗରମ । ଦଳରେ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଏବେ ଚରମସୀମାରେ । ନେତାମାନେ ଏବେ ପରସ୍ପର ମଧ୍ୟରେ ଏବେ ଗୋଛି କଟାକଟିରେ ଲାଗିପଡିଛନ୍ତି । ଦଳରେ ରହିଥିବା ବିଦ୍ରୋହ ଉଗ୍ରରୀପ ଧାରଣ କରିଥିବା ବେଳେ ସ୍ଥିତି ସମ୍ଭାଳିବା ନବୀନଙ୍କ ପାଇଁ ଏସିଡ ଟେଷ୍ଟ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ।
|