କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ କେବେ

ଡେଙ୍ଗୁରା

Dengura

 ଆଜି ରାଜ୍ୟରେ ୬୧ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୁ ୧୧ ଜଣ,  ସମ୍ବଲପୁର, ସୁନ୍ଦରଗଡରୁ ୫ ଲେଖାଏଁ, କେନ୍ଦୁଝରରୁ ୪, କଟକ, ଢେଙ୍କାନାଳ, ନୟାଗଡରୁ ୨ ଜଣ ଲେଖାଏଁ, ବୌଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ, ବରଗଡ, ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୬ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୫୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Leave a Reply

Your email address will not be published. Required fields are marked *

Comments

:)