
ଆଜି ରାଜ୍ୟରେ ୬୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ । ରାଜ୍ୟରେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬୧ରେ ପହଁଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୧ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହା ପଛକୁ, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୦ ଜଣ ଲେଖାଏଁ, ବାଲେଶ୍ୱରରୁ ୮, ସମ୍ବଲପୁରରୁ ୭, ମୟୂରଭଞ୍ଜ ଓ ଭଦ୍ରକରୁ ୨ ଜଣ ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, କଟକ, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ ମୃତ ବରଣ କରିଛନ୍ତି । ତେବେ ରାଜ୍ୟରେ ଏବେ କରୋନା ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ କିଛି ଅମାନିଆ ଲୋକଙ୍କ ପାଇଁ ପୁଣି ସଂଙ୍କଟ ଆଣିଦେବ ବୋଲି ଆଶଂଙ୍କା କରାଯାଉଛି ।
Leave a Reply