
ଗଞ୍ଜାମ, 2 ଜୁନ (ନି.ପ୍ର)-ଆସନ୍ତା ଜୁନ 23 ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ପଦ୍ମ ଫୁଟାଇବା ପାଇଁ କରିବେ ରଣନୀତି । ବୁଥ ସ୍ତରରୁ ନେତାଙ୍କ ସହ କରିବେ ଆଲୋଚନା । ଯାହାକୁ ନେଇ ଏବେ ଠାରୁ ସରଗରମ ହୋଇଗଲାଣୀ ଗଞ୍ଜାମ ରାଜନୀତି ।
ଆସନ୍ତା 6 ତାରିଖରୁ ରାଜ୍ୟ ବିଜେପି ଆରମ୍ଭ କରିବାକୁ ଯାଉଛି ମୋ ବୁଥ ସବୁଠୁ ମଜଭୂତ କାର୍ଯ୍ୟକ୍ରମ । ରାଜ୍ୟରେ ବିଜେଡି ସରକାରର ବିଫଳତା ସମ୍ପର୍କରେ ବୁଥ୍ ସ୍ଥରରେ ସରକାରଙ୍କୁ ଅବଗତ କରାଇବ ଦଳ । ରାଜ୍ୟରେ 36 ହଜାର ବୁଥରେ ଦଳ କରିବ ଏହି କାର୍ଯ୍ୟକ୍ରମ । ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତଶାହା ଆସନ୍ତା 23 ତାରିଖରେ ଗଂଜାମ ଜିଲ୍ଲା ଗ୍ରସ୍ତ ।
ଗଂଜାମ ଜିଲ୍ଲାର କୁକୁଡା ଖଣ୍ଡି ବ୍ଲକର ଏକ ବୁଥ୍ କୁ ଯିବେ ଅମିତ ଶାହା । ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ , ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ରାଜ୍ୟର ସମସ୍ତ କର୍ମକର୍ତା କୁକୁଡା ଖଣ୍ଡି ବୁଥ୍ ଗ୍ରସ୍ତ କରିବେ । ବୁଥକୁ ଯାଇ ନବୀନ ସରକାରର 17 ବର୍ଷର ବିଫଳତା ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବେ । ଅମିତ ଶାହା ତାଙ୍କର ଏହି ଗସ୍ତ ସମୟରେ ଭୋଟରଙ୍କ ସମେତ ଚାଷୀ , ଅବସରପ୍ରାପ୍ତ ଶିକ୍ଷକ , ଶିକ୍ଷକ , ନେତା ବୃଦ୍ଧିଜୀବୀ, ଅଗ୍ରଣୀ ଯୁବ ସଂଗଠକ , ଆଗଧାଡିର ମହିଳା ଓ ଚାଷୀଙ୍କଗ ସହିତ ଅମିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଜେପିର ଏହି କାର୍ଯ୍ୟକୁ ନେଇ ଚିନ୍ତାରେ ବିଜେଡି ।
Leave a Reply