ଗୋଷ୍ଠିକନ୍ଦଳରେ ମାତିଲା କେନ୍ଦ୍ରାପଡା ବିଜେଡି , ନବୀନଙ୍କ ପାଇଁ ଏସିଡ ଟେଷ୍ଟ

Dengura

କେନ୍ଦ୍ରାପଡା, 2 ଜୁନ (ନି.ପ୍ର)-କେନ୍ଦ୍ରାପଡା ବିଜେଡି ରାଜନୀତି ସରଗରମ  । ଦଳରେ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଏବେ ଚରମସୀମାରେ  । ନେତାମାନେ ଏବେ ପରସ୍ପର ମଧ୍ୟରେ ଏବେ ଗୋଛି କଟାକଟିରେ ଲାଗିପଡିଛନ୍ତି । ଦଳରେ ରହିଥିବା ବିଦ୍ରୋହ ଉଗ୍ରରୀପ ଧାରଣ କରିଥିବା ବେଳେ ସ୍ଥିତି ସମ୍ଭାଳିବା ନବୀନଙ୍କ ପାଇଁ ଏସିଡ ଟେଷ୍ଟ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି  ।

ମନ୍ତ୍ରୀମଣ୍ଡଳର ଅଦଳବଦଳ ସହ ସାଙ୍ଗଠନିକ ସ୍ତରରେ ବଡ ପରିବର୍ତନ ପରେ ବଦଳିଯାଇଛି କେନ୍ଦ୍ରାପଡା ରାଜନୀତିର ଦୃଶ୍ୟପଟ  । ଜଣଙ୍କୁ ହେଲେ ବି ମନ୍ତ୍ରୀ ପଦ ମିଳିନି  । ଏହି ଘଟଣା ପରେ ନେତାଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା  । ଆରମ୍ଭ ହୋଇଛି ପରସ୍ପରକୁ ନେଇ ଅସନ୍ତୋଷ  ।

ବର୍ଷବର୍ଷ ଧରି ରାଜ୍ୟ ରାଜନୀତିକୁ କେନ୍ଦ୍ରପଡା ଜିଲା ପ୍ରଭାବିତ କରି ଆସିଥିବା ବେଳେ ଚଳିତ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଜିଲା ହୋଇଯାଇଛି ମନ୍ତ୍ରୀଶୂନ୍ୟ  । ବିଜେଡିର ହେବିୱେଟ ଅତନୁ ସବ୍ୟସାଚ୍ଚୀ ନାୟକ, ବେଦପ୍ରକାଶ ଅଗ୍ରୱାଲଙ୍କ ପରି ନେତା ରହିଥିଲେ ମଧ୍ୟ କାହାରିକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିଲା  । ସେହିପରି ବାଚସ୍ପତି, ମୁଖ୍ୟସଚେତକ ପରି ପଦବୀରୁ ମଧ୍ୟ ବଂଚିତ ହେଲେ ଦଳର ନେତା  । ତେବେ ଅଚାନକ ବିଷ୍ଣୁ ଦାସଙ୍କ ଇସ୍ତଫା ପରେ ଖାଲି ପଡିଥିବା ରାଜ୍ୟସଭା ପଦବୀ ପାଇଁ ହାଇକମାଣ୍ଡ ଜିଲାର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ଏହି ସ୍ଥାନ ପ୍ରଦାନ କରିଛନ୍ତି  । ଅନ୍ୟପଟେ ଏହି ଜିଲାର ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦବୀରୁ କାଢି ନିଆଗଲା  । ଜିଲାରେ ଦୁଇଦୁଇ ଜଣଙ୍କୁ ସାଂସଦ ଭାବେ ଦାୟିତ୍ବ ପ୍ରଦାନ କରି ନବୀନ ଏବେ ଖେଳିଛନ୍ତି ତାଙ୍କର ମାଷ୍ଟରଷ୍ଟ୍ରୋକ  ।

ଏବେ ଚର୍ଚ୍ଚା ହେଉଛି ବୈଜୟନ୍ତ ଓ ଅତନୁଙ୍କ ଶକ୍ତି ହରଣ ପାଇଁ ଏବେ ସେଠାରେ ନୂଆ ପାୱାର କେନ୍ଦ୍ର ଭାବେ ପ୍ରତାପ ଦେବଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି  । ସେହିପରି ନବୀନଙ୍କ 4ର୍ଥ ଥର ମନ୍ତ୍ରୀମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ଓ ଲୋକସମ୍ପର୍କ ବିଭାଗର ପଦ ପାଇ ବିବାଦରେ ଆସିଥିବା ଅତନୁ ସବ୍ୟସାଚ୍ଚୀ ନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଲାନି  । ଏପରିକି ଦଳରେ ତାଙ୍କର ପୂର୍ବରୁ ବହୁ କାର୍ତ୍ତି ଥିବା ବେଳେ ତାଙ୍କୁ ଏବେ ଦଳରେ କୋଣଠେସା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି  । ଏପରିକି ଛାତ୍ର ଓ ଯୁବ ସଙ୍ଗଠନରେ ତାଙ୍କର ପ୍ରଭାବ ରହିଥିଲେ ମଧ୍ୟ ତାଙ୍କୁ ମଧ୍ୟ ଏଥିରେ କୌଣସି ଦାୟିତ୍ବ ପ୍ରଦାନ କରାଗଲା ନାହିଁ  । ତାଙ୍କ ସମସାମୟିକ ନେତାମାନଙ୍କୁ ସାଙ୍ଗଠନିକ ଦାୟିତ୍ବ ପ୍ରଦାନ କରାଯାଇଥିଲେ ମଧ୍ୟ ଅତନୁ ଏକପ୍ରକାର କୋଣଠେସା  । ଏପରିକି ମୁଖିଆଙ୍କ ଗୁଡ ବୁକରେ ଦିନେ ରହିଥିବା ଏହି ନେତା ଏବେ ଏକପ୍ରକାର କୋଣଠେସା  ।

ଜିଲା ରାଜନୀତିର ଅନ୍ୟଏକ ଦିଗ ଦେଖିଲେ ଗୋଟିଏ ପଟେ ପାରମ୍ପରିକ ବିରୋଧୀ ଭାବେ ପରିଚିତ ସାଂସଦ ବୈଜୟନ୍ତ ପଣ୍ଡା ଓ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କର ସବୁବେଳେ ଛକାପଞ୍ଝା ଲାଗିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ମୁଖିଆ ଆରମ୍ଭ କରିଛନ୍ତି ପ୍ରୟାସ  । ଉଭୟଙ୍କ କ୍ଷମତାକୁ ସଙ୍କୁଚିତ କରି ତାଙ୍କର ଏକପ୍ରକାର ପକ୍ଷଛେଦନ ହୋଇଛି ବୋଲି ସମଗ୍ର କେନ୍ଦ୍ରାପଡା ଅ଼ଞ୍ଚଳରେ ବେଶ ଚର୍ଟ୍ଟା ଚାଲିଛି  ।

Leave a Reply

Your email address will not be published. Required fields are marked *

Comments

:)