୨୦୧୯ର ଅନ୍ତିମ ସୂର୍ଯ୍ୟପରାଗ

ଡେଙ୍ଗୁରା

Dengura

 

ଆଜି ସକାଳ ୮: ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହୋଇଯାଇଛି । ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବା ଆରମ୍ଭ ହୋଇସାରିଲାଣି । ଓଡ଼ିଶାରେ ଆଂଶିକ ସୁର୍ଯ୍ୟପରାଗ ଦେଖାଯିବ । ଭାରତର କଣ୍ଣାଟକ, କେରଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ । ତେବେ ଏହି ସୂର୍ଯ୍ୟୋପରାଗ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି । ଖାଲି ଆଖିରେ ସୂର୍ଯ୍ୟୋପରାଗ ଦେଖିଲେ କୁପ୍ରଭାବ ପଡ଼ି ଦୃଷ୍ଟିଶକ୍ତି ନଷ୍ଟ ହେବା ସମ୍ଭାବନା ରହିଛି । । ବୁର୍ଲାସ୍ଥିତ ଅବଦୁଲ କଲାମ ପ୍ଲାନେଟୋରିୟମରେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  ।ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ସୂର୍ଯ୍ୟପରାଗ ଦେଖିବାକୁ ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟା ୨୦ମିନିଟ ୮ ସେକେଣ୍ଡରୁ ପରାଗ ସ୍ପର୍ଶ ଆରମ୍ଭ ହୋଇଛି । ୧୧ ଟା ୨୯ ମିନିଟରେ ସର୍ବମୋକ୍ଷ ହେବ । ୧ଟା ୩୬ମିନିଟରେ ସମ୍ପୂର୍ଣ୍ଣ ଭାବେ ପରାଗ ସମାପ୍ତ ହେବ ।

Leave a Reply

Your email address will not be published. Required fields are marked *

Comments

:)