ସେବା ଯୋଗାଇବ ଟାଟା ପାୱାର

ଡେଙ୍ଗୁରା

Dengura

 

 ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି । ଏହାକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କରିଛି  ।ଏଣିକି ସେବା ଯୋଗାଇବ ଟାଟା ପାୱାର  । ସେସୁକୁ ଅଧିଗ୍ରହଣ କରାଯାଇଥିବା ଟାଟା ପାୱାର ପକ୍ଷରୁ ଟ୍ୱିଇଟ କରି ସୂଚନା ଦିଆଯାଇଛି ସେସୁକୁ ବିକ୍ରି କରିବା ପାଇଁ ଘରୋଇ ସରକାରୀ ସହଭାଗିତାରେ ଅର୍ଥାତ ପିପିପିରେ ଏକ ସ୍ପେସିଆଲ ପରପୋଜ ଭେଇକେଲ ଗଠନ କରାଯିବ  । ଭୁବନେଶ୍ୱର ୧ ଓ ୨ ଏବଂ କଟକ, ପାରାଦ୍ୱୀପ, ଢେଙ୍କାନାଳ  ସେସୁ ଅଧିନରେ ଥିବା ଓଡ଼ିଶାର ୫ଟି ସର୍କଲରେ ଟାଟା ପାୱାର ବିଦ୍ୟୁତ ସେବା ଯୋଗାଇବ । ଏହି ସବୁ ଅଂଚଳରେ ବିଦ୍ୟୁତ ଯୋଗାଣ ଓ ପରିଚାଳନା ପାଇଁ ଟାଟା ପାୱାରକୁ ଓଡ଼ିଶା ନିୟାମକ ଆୟୋଗ ପକ୍ଷଯରୁ କ୍ଷମତା ଦିଆଯାଇଛି । ଏହା ଫଳରେ ଟାଟା ପାୱାର ଏହି ୫ଟି ସର୍କଲରେ ଆସନ୍ତା ୨୫ବର୍ଷ ଯାଏଁ ସେବା ଯୋଗାଇବ । 

ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ ରାଜିନାମା ଅନୁସାରେ ବର୍ତ୍ତମାନ ଟାଟା ପାୱାର ପାଖରେ ୫୧ ପ୍ରତିଶତ ଅଂଶଧନ ରହିବ ବେଳେ ରାଜ୍ୟ ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିବ ।

 

Leave a Reply

Your email address will not be published. Required fields are marked *

Comments

:)