ସିଏଏ, ଏନଆରସି ବିରୋଧରେ ଆସନ୍ତା କାଲିଠାରୁ ସାତଦିନ ବ୍ୟାପୀ ଜୋରଦାର ସଂଗ୍ରାମ

ଡେଙ୍ଗୁରା

Dengura

 ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ଦେଶ ସାରା ଆନ୍ଦୋଳନ ଜାରି ରହିଛି । ଗୋଟିଏ ପଟେ ବିଜେପି ସିଏଏ ସମର୍ଥନରେ  ଦେଶବ୍ଯାପୀ ଅଭିଯାନ ଚଳାଇଥିବାବେଳେ ଅନ୍ୟପଟେ ବିରୋଧୀମାନେ ବିଜେପି ସରକାରଙ୍କ ଏହି ଯୋଜନାକୁ ବିରୋଧକରି ଦେଶସାରା ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି ।ଏଥିପାଇଁ ନେତାଜୀ ଜୟନ୍ତୀ ଅର୍ଥାତ ଆସନ୍ତାକାଲିଠାରୁ ବିଜେପି ସରକାରଙ୍କ ସିଏଏ, ଏନଆରସି, ଏନପିଆର ବିରୋଧରେ କଂଗ୍ରେସ ସମେତ ବାମପନ୍ଥୀ ଏବଂ ବହୁ ରାଜନୈତିକ ଦଳ ତଥା ସଂଗଠନ ବିଜେପି ବିରୋଧରେ ଆସନ୍ତା କାଲିଠାରୁ ସାତଦିନ ବ୍ୟାପୀ ଜୋରଦାର ସଂଗ୍ରାମର ଡାକରା ଦେଇଛନ୍ତି । ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ବିରୋଧ କାର୍ଯ୍ୟକ୍ରମରେ ଦଳଗୁଡିକ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିବା ସହ ସମ୍ବିଧାନ ସୁରକ୍ଷା ପାଇଁ ସମୂହ ଶପଥ ନେବେ । ଅନ୍ୟ ପକ୍ଷରେ ବିଜେପି ପକ୍ଷରୁ ରାଜ୍ୟରେ ସିଏଏ ସମର୍ଥନରେ ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ନେତୃବୃନ୍ଦ ବିଶାଳ ଶୋଭାଯାତ୍ରା ସହ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ସିଏଏକୁ ରାଜ୍ୟସ୍ତରରେ ବେଶ ସମର୍ଥନ ମିଳୁଥିବା ବିଜେପି ପକ୍ଷରୁ କୁହାଯାଇଛି । ତେଣୁ ସିଏଏ ଭଳି ଭଲ ଆଇନକୁ ବିରୋଧ କରୁଥିବା କଂଗ୍ରେସ ଏବଂ ବିରୋଧୀଙ୍କୁ ବିଜେପି ଚେତାବନୀ ଦେଇଛି । ସିଏଏ ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତି କରୁଥିବା ବିରୋଧୀଙ୍କୁ ଲୋକେ କଡା ଜବାବ ଦେବେ ବୋଲି ବିଜେପି କହିଛି । ଏପରିକି ଖାସ ଏଥିପାଇଁ ହିଁ ବିରୋଧୀଙ୍କଠାରୁ ଜନସାଧାରଣ ଦୂରେଇ ଯାଇଛନ୍ତି । ଯଦି ଏଭଳି ବିକାଶମୂଳକ କାର୍ଯ୍ୟକୁ ବିରୋଧ କରାଯାଏ ତେବେ ବିରୋଧୀ ନିଜର ସତ୍ତା ହରାଇବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

 

Leave a Reply

Your email address will not be published. Required fields are marked *

Comments

:)