
କଂଗ୍ରେସ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି । କେତେବେଳେ ପିସିସି ସଭାପତି ପରିବର୍ତନ ହେବାନେଇ ଚର୍ଚ୍ଚା ଚାଲୁଛି ତ ଆଉ କେତେବେଳେ ପ୍ରସାଦ ହରିଚନ୍ଦନ ଚୌକିରେ ରହିବେ ବୋଲି ଚର୍ଚା ହେଇଛି ।
ନିକଟରେ ରାଜ୍ୟ ସରକାରଙ୍କ 3ୟ ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇପଡିଥିଲା । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ହେବା ଦିନଠାରୁ ସେ କେବେ ଏପରି ସକ୍ରିୟ ହୋଇନଥିଲେ । 10 ଦିନ ଧରି କଂଗ୍ରେସ ଭବନରେ କ୍ରମାଗତ ଭାବେ ସାମ୍ବାଦିକ ସମ୍ମିଳନୀ ହେବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ବେଶ ଉତ୍ସାହତି ହୋଇପଡିଛନ୍ତି ପ୍ରସାଦଙ୍କ ସମର୍ଥକ । ସେମାନେ ନିଜ ନିଜ ଭିତରେ ଆଲୋଚନା ହେବାରେ ଲାଗିଲେଣୀ ରାହୁଲଙ୍କ ପାଖଲୋକ ଭାବେ ପ୍ରସାଦଙ୍କର ପରିଚୟ ରହିଛି । ତେଣୁ ଆଉ ପ୍ରସାଦ ହଟିବେନି । ତାଙ୍କ ନେତୃତ୍ବରେ କଂଗ୍ରେସ ଦଳ 2019 ନିର୍ବାଚନ ଲଢିବ ! ଦେଖାଯାଉ ପ୍ରସାଦଙ୍କ ସମର୍ଥକଙ୍କ ସ୍ବପ୍ନ କେତେ ମାତ୍ରାରେ ପୂରଣ ହେଉଛି ।
Leave a Reply