
ଭୁବନେଶ୍ବର, 23 ନଭେମ୍ବର-ଚାଷ ବଦଳରେ ଶିଳ୍ପ ଓ ଶିଳ୍ପପତିଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଗୁରୁତ୍ବ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ଆନ୍ନା ହଜାରେ । ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ନା କହିଛନ୍ତି ଓଡ଼ିଶାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସରକାର ଏହାକୁ ଦୃଷ୍ଟି ଦେଉନାହାନ୍ତି ।
ଶ୍ରୀ ହଜାରେ ଅଭିଯୋଗ କରି କହିଛନ୍ତି କେନ୍ଦ୍ର ସରକାର ଲୋକପାଳ ବିଲ୍କୁ ଦୁର୍ବଳ କରିଛନ୍ତି । ସରକାରୀ ବ୍ୟବସ୍ଥାରେ ନିୟମ କାନୁନ ଥିଲେ ମଧ୍ୟ ନେତା, ସରକାରୀ ଅଫିସରଙ୍କ ବାର୍ଷିକ ସମ୍ପତ୍ତି ତାଲିକା ବ୍ୟବସ୍ଥା ନାହିଁ । ଲୋକପାଳ ଓ ଚାଷୀ ସମସ୍ୟା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦାୟୀ ବୋଲି ଶ୍ରୀ ହଜାରେ ଅଭିଯୋଗ କରିଛନ୍ତି । ଏହି ଦୁଇଟି ପ୍ରସଙ୍ଗକୁ ନେଇ ଡିସେମ୍ବରରେ ଓଡ଼ିଶା ସମେତ ଭାରତର ୮ଟି ରାଜ୍ୟରେ ଆନ୍ଦୋଳନ ହେବ ବୋଲି ସେ ଘୋଷଣା କରିଛନ୍ତି ।
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ , ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ନେଇ ଆଜି ଜଗତସିଂହପୁର ଜିଲ୍ଲାପାଳ ଅଫିସ ସମ୍ମୁଖ ପଡ଼ିଆରେ ‘ଜୟକିଷାନ’ ମହାସମାବେଶ ଆୟୋଜନ ହୋଇଥିଲା । ଏହି ସାମାବେଶରେ ସମାଜସେବୀ ଆନ୍ନା ହଜାରେ ଯୋଗଦେବା ପାଇଁ ମଙ୍ଗଳବାର ଓଡିଶା ଗସ୍ତରେ ଆସିଥିଲେ ଆନ୍ନା ।
Leave a Reply