ରାଜ୍ୟରେ କାଳବୈଶାଖୀର ପ୍ରଭାବ

ଡେଙ୍ଗୁରା

Dengura

 

  କାଳବୈଶାଖୀର  ପ୍ରଭାବ ଗତ ୩ ଦିନ ହେଲା ରାଜ୍ୟରେ କାଳବୈଶାଖୀ ଜାରି ରହିଛି। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଅଧିକ ବେଗରେ ପବନ ମଧ୍ୟ ବହିବ ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।ଆଜିଠୁ ଆସନ୍ତା ୨ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବ ଅଧିକ ରହିବ । ଆଜି ୧୩ଟି ଜିଲ୍ଲାରେ କାଳବୈଶାଖୀର ସର୍ବାଧିକ ପ୍ରଭାବ ଅନୁଭୂତ ହେବା ସମ୍ଭାବନା ରହିଛି। ୧୩ଟି ଜିଲ୍ଲାଗୁଡ଼ିକ  ମଧ୍ୟରେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର। ଏହି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ ବିଭାଗ  କେନ୍ଦ୍ର ପକ୍ଷରୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ଜନିତ କ୍ଷୟକ୍ଷତି ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସତର୍କ କରାଯାଇଛି। ଏଥିସହ  ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ ସୋନପୁର ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିମି ଭିତରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

 

Leave a Reply

Your email address will not be published. Required fields are marked *

Comments

:)