ମୁମ୍ୱାଇବାସୀଙ୍କୁ ଜାନୁୟାରୀ 27 ତାରଖରୁ ନାଇଟ୍‌ ଲାଇଫର ସୁଯୋଗ

ଡେଙ୍ଗୁରା

Dengura

 

ମୁମ୍ୱାଇବାସୀଙ୍କୁ ଆସନ୍ତା ଜାନୁୟାରୀ 27 ତାରଖରୁ ନାଇଟ୍‌ ଲାଇଫର ସୁଯୋଗ ମିଳିବାକୁ ଯାଉଛି । ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ବୁଧବାରକୁ 24 ଘଣ୍ଟା ମୁମ୍ୱାଇରେ ମଲ, ସିନେମାଘର ଏବଂ ଦୋକାନ ଖୋଲିବା ନୀତିକୁ ମଞ୍ଜୁରୀ ଦେଇଛି । ନୂଆ ନିୟମ ଜାନୁୟାରୀ 27 ତାରିଖରୁ ଲାଗୁ ହେବ । ଲଣ୍ଡନର ପାଞ୍ଚ ଆରବ ପାଉଣ୍ଡର ରାତି ଅର୍ଥବ୍ୟବସ୍ଥାଙ୍କୁ ରେଖାଙ୍କିତ କରି ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ମନ୍ତ୍ରିମଣ୍ଡଳର ବୈଠକ ପରେ ସାମ୍ୱାଦିକଙ୍କୁ କହିଥିଲେ ଯେ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜସ୍ୱ ଏବଂ ରୋଜଗାର ବୃଦ୍ଧି କରିବାରେ ସାହାଯ୍ୟ କରିବ ।

ଆଦିତ୍ୟ ଠାକରେ ସ୍ପଷ୍ଟ କରିଛନ୍ତି ଯେ ମଲ ଏବଂ ଖାଇବା-ପିଇବା ଦୋକାନକୁ ରାତିରେ ଖୋଲିବା ବାଧ୍ୟତାମୂଳକ ନୁହେଁ । ଠାକରେ କହିଛନ୍ତି, ଯେଉଁମାନେ ଏହା ଭାବୁଛନ୍ତି ଯେ ସାରା ରାତିରେ ପ୍ରତିଷ୍ଠାନ ଖୋଲା ରଖିବା ଫଳରେ ଭଲ ବ୍ୟବସାୟ ହେବ, ସେମାନେ ଏହାକୁ କାର୍ଯ୍ୟକାରୀ କରିପାରିବେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦୋକାନ, ରେସ୍ତୋରା, ଅଣ ଅବାସୀୟ ଅଞ୍ଚଳରେ ସ୍ଥିତ ମଲ ତଥା ମିଲ ପରିସରରେ ଥିଏଟରକୁ ସାରା ରାତି ଖୋଲିବାକୁ ଅନୁମତି ମିଳିବ । 

 

 

Leave a Reply

Your email address will not be published. Required fields are marked *

Comments

:)