ଭୋଟ ପ୍ରତିଶତରେ ଏକ ନମ୍ବର ସ୍ଥାନ ଥାଇ ମଧ୍ୟ କ୍ଷମତାରୁ ଦୁରେଇ ରହିଲା ବିଜେପି

ଡେଙ୍ଗୁରା

Dengura

 

ଭୋଟ୍ ପ୍ରତିଶତରେ ଏକ ନମ୍ବର  ସ୍ଥାନ ଓ ଆସନ ମାମଲାରେ ମାତ୍ର କିଛି ଆସନ ବ୍ୟବଧାନରେ ଦ୍ଵିତୀୟ ସ୍ଥାନରେ ରହିବା ପରେ ମଧ୍ୟ ବିଜେପି କ୍ଷମତାରୁ ଦୂରରେ ରହିଛି। ବୋଧହୁଏ ଏହା ଝାରଖଣ୍ଡ ନିର୍ବାଚନରେ ବାସ୍ତବିକ ଫଳାଫଳ। ବିଜେପି ୮୧ ଆସନ ମଧ୍ୟରୁ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ୨୬ଟି ଆସନରେ ଆଗୁଆ ରହିଛି। ସୂଚନା ମୁତାବକ  ଏ ପର୍ଯ୍ୟନ୍ତ  ବିଜେପି ୩୩.୭ ପ୍ରତିଶତ ଭୋଟ୍ ପାଇଛି, ଯାହା ସର୍ବାଧିକ। ଅନ୍ୟପଟେ , କଂଗ୍ରେସକୁ ୧୩.୭୭ ପ୍ରତିଶତ, ଜେଏମଏମକୁ ୧୮.୬୯ ପ୍ରତିଶତ,  ଓ ଆରଜେଡିକୁ ୨.୮୯ ପ୍ରତିଶତ ଭୋଟ୍ ମିଳିଛି।

ଏହିପରି ଜେଏମଏମ ମହାମେଣ୍ଟ ପ୍ରାୟ ୩୫ ପ୍ରତିଶତ ଭୋଟ୍ ପାଇଛି. ଯାହା ବିଜେପିଠୁ ମାତ୍ର ଦେଢ ପ୍ରତିଶତ ଅଧିକ ।ଅନ୍ୟପଟେ ଗତ ଥର ଏଜେଏସୟୁ ସହିତ ମିଶି ନିର୍ବାଚନ ଲଢ଼ି ଥିବା ବିଜେପିକୁ ଏଥର  ହାତରେ ବିଫଳତା ମିଳିଛି। ଏଜେଏସୟୁକୁ ୮.୪୨ ପ୍ରତିଶତ ଭୋଟ୍ ମିଳିଛି। ବିଜେପି ଓ ଏଜେଏସୟୁ ଯଦି ଏକାଠି ମିଶି ନିର୍ବାଚନ ଲଢ଼ିଥାନ୍ତେ ତେବେ ଭୋଟ୍ ପ୍ରତିଶତ ୪୨ ରହିଥାନ୍ତା। ଯାହା ନିଶ୍ଚିତ ରୂପେ  ଜେଏମଏମ, କଂଗ୍ରେସ ଓ ଆରଜେଡି ତୂଳନାରେ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥାନ୍ତା।

ନିର୍ବାଚନ ପୂର୍ବରୁ ବିଜେପି ଓ ଏଜେଏସୟୁ ମଧ୍ୟରେ ମେଣ୍ଟ ନେଇ ଟଣା ଓଟରା ଲାଗି ରହିଥିଲା। ଶେଷରେ ଆସନ ଭାଗବଣ୍ଟା ନେଇ ଦୁଇ ଦଳ ନିଜ ରାସ୍ତାରେ ନିଜେ ନିର୍ବାଚନ ଲଢ଼ିଥିଲେ। ଏହା ବ୍ୟତୀତ ୦.୭୧ ପ୍ରତିଶତ ଭୋଟ୍ ପାଇଥିବା ଜେଡିୟୁ ଓ ୦.୨୭ ପ୍ରତିଶତ ଭୋଟ୍ ପାଇଥିବା ଏଲଜେପିଠୁ ଅଲଗା ହୋଇ ଲଢ଼ିବା ବିଜେପିକୁ ଦୁର୍ବଳ କରିଛି। ବିଶେଷ କରି ଏମିତି ନିର୍ବାଚନରେ ଯେଉଁଠି ମାତ୍ର ଦେଢ ପ୍ରତିଶତ ଭୋଟ୍ ବ୍ୟବଧାନରେ କ୍ଷମତାର ସମୀକରଣ ବଦଳି ଯାଇଛି।

Leave a Reply

Your email address will not be published. Required fields are marked *

Comments

:)