
ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ । ଏଣିକି ଯାତାୟତରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଗୁଜୁରାଟର ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର। ଏ ନେଇ ବେସାମରିକ ବିମାନ ଚଳାଚଳର ଯୁଗ୍ମ ସଚିବ ଉଷା ପାଢୀ ଟ୍ୱିଇଟ କରି ସୂଚନା ଦେଇଛନ୍ତି । ଦୀର୍ଘ ଦିନର ଦାବି ଆଜି ଓଡିଶା ବାସୀଙ୍କର ପୂରା ହୋଇଛି । ଆସନ୍ତା ୨୦୨୦ ଜାନୁୟାରୀ ପହିଲାରୁ ଭୁବନେଶ୍ୱରରୁ ସୁରଟକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ । ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଭୁବନେଶ୍ୱରରୁ ବାହାରି ଅହମ୍ମଦାବାଦ ବିମାନ ବନ୍ଦର ନୁହେଁ ବରଂ ସିଧାସଳଖ ସୁରଟରେ ଓହ୍ଲାଇବେ । ଉଡ଼ାଣ ନେଇ ଏୟାର ଇଣ୍ଡିଆ ବିମାନ ସହମତି ଜଣାଇଥିବା ଟ୍ୱିଇଟ କରି ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି ।ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁଲାଇ ୨୨ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଶାରୁ ବିମାନ ଚଳାଚଳ ସୁବିଧା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ୱୀପ ଏସ୍ ପୁରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସୁରଟର ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ସେଠାରୁ ଏହି ଦାବୀ ପୂରଣ ନେଇ ପ୍ରତିଶ୍ରୁତି ମିଳିଥିଲା ।
Leave a Reply