
ଆଜିର ଦୈନନ୍ଦୀନ ଜୀବନରେ ସ୍ମାର୍ଟ ଫୋନର ବ୍ୟବହାର ମଣିଷ ପାଇଁ ଏକ ଅପରିହାର୍ଯ୍ୟ ଅଙ୍ଗ ଭାବେ ଦିନକୁ ଦିନ ପରିଗଣିତ ହୋଇଗଲାଣି । ଦିନକୁ ଦିନ ସ୍ମାର୍ଟ ଫୋନର ପରିମାଣ ବୃଦ୍ଧି ପାଉଛି । ଦିନେ ମଣିଷ ଦରକାର ସମୟରେ ମୋବାଇଲର ବ୍ୟବହାର କରୁଥିଲା ତାହା ଆଜି ସବୁସମୟ ପାଇଁ ବ୍ୟବହାର କରିବାକୁ ଲାଗିଲାଣି ।ଚୀନର ଅନ୍ୟତମ ପ୍ରତିଷ୍ଠିତ ସ୍ମାର୍ଟ ଫୋନ କମ୍ପାନୀ ଭିଭୋ ପକ୍ଷରୁ ଭାରତର ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କ ଉପରେ ଏକ ସ୍ୱତନ୍ତ୍ର ଗବେଷଣା କରିଥିଲା ଏହି ଗବେଷଣାରେ କମ୍ଫାନୀ ସାଇବର ମିଡ଼ିଆ ରିସର୍ଚ୍ଚ ବା ସିଏମଆର ଟେକ୍ନୋଲୋଜିକୁ ବ୍ୟବହାର କରି ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ଲୋକମାନଙ୍କ ବିଷୟରେ ଏକ ଚତ୍ମକାର ବିଷୟ ଲୋକଲୋଚନକୁ ଆଣିଛି । ଆଜିର ସମୟରେ ମନ୍ୟୁଷ ମାନଙ୍କ ଉପରେ ସ୍ମାର୍ଟ ଫୋନର ପ୍ରଭାବ । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କିଭଳି ସ୍ମାର୍ଟ ଫୋନ ଦ୍ୱାରା ଆଜିର ସମୟରେ ଲୋକମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ ପ୍ରଭାବିତ ହେଉଛି ।ରିପୋର୍ଟର ତଥ୍ୟ ଅନୁଯାୟୀ ସ୍ମାର୍ଟ ଫୋନ ବ୍ୟବହାର କରିବାରେ ଭାରତୀୟ ମାନେ ସବୁଠାରୁ ଆଗରେ ରହିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ମାନେ ହାରାହାରି 1800 ଘଣ୍ଟା ସ୍ମାର୍ଟ ଫୋନ ବ୍ୟବହାର କରିବାରେ ସମୟ ଦେଉଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯଦି ଏହି ସଂଖ୍ୟାକୁ ଆମେ ଗୋଟିଏ ଦିନ ହିସାବରେ ଭାଗ କରିବୁ ତେବେ ଏହି ସମୟ 5 ଘଣ୍ଟା ହେବ ବୋଲି ଜଣାପଡ଼ିଛି, ତେବେ ଏଥିରୁ ବୁଝାପଡ଼ୁଛି ଭାରତୀୟ ମାନେ ଦିନକୁ ହାରାହାରି 5 ଘଣ୍ଟା ସ୍ମାର୍ଟ ଫୋନର ବ୍ୟବହାର କରୁଛନ୍ତି ।ତେବେ ସିଏମଆର ରିପୋର୍ଟରେ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି ଯଦି ଏହିଭଳି ବ୍ୟବହାରକାରୀ ମାନେ ସ୍ମାର୍ଟ ଫୋନର ବ୍ୟବହାର କରିବେ ତେବେ ଏହା ତାଙ୍କ ମାନସିକ ଓ ଶାରୀରିକ ସନ୍ତୁଳନ ବିଗାଡି ଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି । ଏହା ଛଡା ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ସ୍ମାର୍ଟ ଫୋନର ବ୍ୟବହାର ଦ୍ୱାରା ମନୁଷ୍ୟର ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି ।ଭିଭୋ କମ୍ଫାନୀ ଓ ସିଏମଆର ଦ୍ୱାରା କରାଯାଇଥିବା ଏହି ଗବେଷଣା ଭାରତର ମୁଖ୍ୟ 8ଟି ସହରରେ କରାଯାଇଥିବାବେଳେ, ମୁଖ୍ୟତଃ ଅନଲାଇନ ଓ ଫେସ୍ ଟୁ ଫେସ୍ ସର୍ଭେ ମାଧ୍ୟମରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
Leave a Reply