ଭାରତରେ ୭୬ ବର୍ଷିୟ ବୃଦ୍ଧଙ୍କ ପ୍ରଥମ ମୃତ୍ୟୁ

ଡେଙ୍ଗୁରା

Dengura

 

 

  ଭାରତରେ କରୋନା ଭାଇରସରେ ପ୍ରଥମ ମୃତ୍ୟୁ ସ୍ପଷ୍ଟ ହୋଇଛି । ୭୬ ବର୍ଷିୟ ବୃଦ୍ଧଙ୍କୁ କର୍ଣ୍ଣାଟକର କାଲବୁର୍ଗୀରେ ଗୁରୁତର ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  କରୋନା ସଂକ୍ରମିତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଗୁରୁବାର ସ୍ପଷ୍ଟ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏହି ମାମଲାର ସ୍ପଷ୍ଟୀକରଣ କରିଛନ୍ତି । ମନ୍ତ୍ରାଳୟ କହିଛି ଯେ, ବୃଦ୍ଧଙ୍କୁ ହାଇପରଟେନଶନ ଏବଂ ଆସ୍ଥମା ଭଳି ରୋଗ ଥିଲା। ମାତ୍ର ରକ୍ତ ନମୁନାରେ କରୋନା ଭାଇରସ ମଧ୍ୟ ମିଳିଥିଲା । ମଙ୍ଗଳବାର କାଲବୁର୍ଗୀରେ ମହମ୍ମଦ ହୁସେନ ସିଦ୍ଦିକୀ ନାମରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅଧିକାରୀମାନେ ଏହା ସନ୍ଦେହ କରିଥିଲେ ଯେ, କରୋନା ଭାଇରସ ଯୋଗୁଁ ଏହା ଘଟିଛି । ଏବେ ରକ୍ତ ନମୁନା ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ସଂପୃକ୍ତ ବୃଦ୍ଧ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି ।  ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ଏହା ଅବଗତ କରାଯାଇଛି ଯେ, ସିଦ୍ଦିକି କରୋନା ଦ୍ୱାରା ସଂକ୍ରମିତ ଥିଲେ । ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସିଦ୍ଦିକି ତେଲେଙ୍ଗାନାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭାରତର ୭ଟି ରାଜ୍ୟରେ କରୋନା ଭାଇରସର ୧୬ଟି ନୂଆ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ଗୁରୁବାର ୭୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଏହି ୧୬ ମାମଲାରୁ ୧୧ଟି ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । 

 

Leave a Reply

Your email address will not be published. Required fields are marked *

Comments

:)