ବାପା ଠେଲାରେ ପକୁଡି ବିକ୍ରିକରନ୍ତି, ଝିଅ ଆନ୍ତର୍ଜାତୀୟ ହକି ଖେଳାଳି ।

ଡେଙ୍ଗୁରା

Dengura

 

ମନରେ ଅଦମ୍ୟ ଉତ୍ସାହ ଥିଲେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରିବ । ଏହାକୁ ପ୍ରମାଣିତ କରିଦେଖାଇଛନ୍ତି ରାଜସ୍ଥାନର ଦୌସା ଜିଲ୍ଲାର ଝିଅ ଶିବାନୀ ସାହୁ ।  ଶିବାନୀ ସାହୁ  ଜଣେ ହକି ଖେଳାଳି ।ପିଲାଟି ଦିନରୁ ଶିବାନୀ ବଡ଼ ସଫଳତା  ହାସଲ କରିଥିଲେ । ସେ ଭାରତର ୧୬ ବର୍ଷରୁ କମ ଟିମରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି, ଏହା ତାଙ୍କ ପାଇଁ ବଡ଼ ସଫଳତା  । ଶିବାନୀଙ୍କ ନାମ ଭାରତର ବରିଷ୍ଠ ମହିଳା ଟିମର ଶିର୍ଷ ୨୦ ତାଲିକାରେ ଯୋଡ଼ି ହୋଇଯାଇଛି, ଯାହାକି ତାଙ୍କ ପାଇଁ ଏକ ବଡ଼ ସଫଳତା । ଶିବାନୀ ଦୌସାର ମଣ୍ଡୱର ଗାଁରେ ରୁହନ୍ତି । ସେ ଏକ ସାଧାରଣ ପରିବାରରେ ବଢ଼ିଆସିଛନ୍ତି । ତାଙ୍କର ପିତା ସୀତାରାମ ସାହୁ ଗାଁରେ ଠେଲାରେ ପକୁଡି ବିକ୍ରିକରନ୍ତି । ୨୦୧୨ରେ ମଣ୍ଡାୱର ଗାଁରେ ଜର୍ମାନୀର ନ୍ୟାସନାଲ ଖେଳାଳି ଆନ୍ଦ୍ରେୟାଙ୍କ ଠାରୁ କୋଚିଂ ନେଇଥିଲେ । ୨୦୧୩-୨୦୧୮ ପର୍ଯ୍ୟନ୍ତ ରାଜସ୍ଥାନ ଟିମର ଅଂଶବିଶେଷ ହୋଇଥିଲେ । ଏହାରି ମଧ୍ୟରେ ଜାତୀୟ ସ୍ତରର ମ୍ୟାଚ ମଧ୍ୟ ଖେଳିଥିଲେ ।  ୨୦୧୮ରେ ଶିବାନୀ ଉଭୟ ପାଠ ପଢ଼ିବା ଏବଂ ହକି ଖେଳିବା ପାଇଁ ମୁମ୍ବାଇ ଯାଇଥିଲେ । ଏହା ପରେ ସ୍ନାତକ ପଢ଼ିବା ପାଇଁ ପୁନେ ଯାଇଥିଲେ । ଶିବାନୀ ଏବେ ଭାରତୀୟ ମହିଳା ହକି ଟିମର ସମ୍ଭାବିତ ୨୦ ଜଣିଆ ଖେଳାଳିଙ୍କ ତାଲିକାର ସ୍ଥାନ ପାଇଛନ୍ତି । 

 

 

 

Leave a Reply

Your email address will not be published. Required fields are marked *

Comments

:)