
ଆଗାମୀ ଫେବୃଆରୀ ପର୍ଯ୍ୟନ୍ତ ଲୋକଙ୍କ ଆଖିରୁ ଲୁହ ବୁହାଇବ ପିଆଜ । ତୁର୍କୀ ଓ ଶ୍ରୀଲଙ୍କା ଭାରତକୁ ଝଟକା ଦେଇ ପିଆଜର ଆମଦାନୀ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇଛନ୍ତି। ଏହି କାରଣରୁ ପିଆଜ ଆସୁଥିବା ଦେଶଗୁଡିକରୁ ଭାରତକୁ ପିଆଜ ଆସି ପାରିବ ନାହିଁ।
ଭାରତ ଦ୍ୱାରା ପିଆଜର ଆମଦାନୀ କାରଣରୁ ଆନ୍ତର୍ଜାତୀୟ ବଜାରରେ ପିଆଜର ଦର ଅହେତୁକ ବୃଦ୍ଧି ପାଇଛି। ଏହି କାରଣରୁ ତୁର୍କୀ ପିଆଜର ଆମଦାନୀ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇଛି। ଶ୍ରୀଲଙ୍କା ଦସ୍ତାବିଜ କାମକୁ ଆହୁରି ବଢ଼ାଇ ଦେଇଛି। ଯେଉଁ କାରଣରୁ ପିଆଜ ଭାରତ ପହଞ୍ଚି ପାରିବ ନାହିଁ। ଏବେ କେବଳ ଭାରତକୁ ଆଫଗାନିସ୍ତାନରୁ ପିଆଜ ଆମଦାନୀ ଜାରି ରହିଛି।ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ସମଗ୍ର ଦେଶରେ ଭଲ ଗୁଣବତ୍ତା ପିଆଜ ଖୁଚୁରା ବଜାରରେ କିଲୋ ପିଛା ୧୦୦ ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି। ଭାରତରେ ସଂପ୍ରତି ଆଫଗାନିସ୍ତାନରୁ ଓ୍ଵାଘା ବର୍ଡର ଦେଇ ପିଆଜ ଆସୁଛି। ଜାନୁଆରୀ ମାସରେ ଏହାର ଆମଦାନୀରେ ହ୍ରାସ ଘଟିପାରେ।ବିଦେଶରୁ ପ୍ରଥମ ଦଫାରେ ୭୯୦ ଟନ ପିଆଜ ଭାରତ ପହଞ୍ଚି ଯାଇଛି। ସରକାର ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶରେ ଏହାର ଯୋଗାଣ ଆରମ୍ଭ କରି ଦେଇଛନ୍ତି। ଉପଭୋକ୍ତା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ, ପିଆଜ ବନ୍ଦରରେ ଓହ୍ଲାଇବା ପରେ କିଲୋ ପିଛା ୫୭ ରୁ ୬୦ ଟଙ୍କାରେ ପହଞ୍ଚିଛି। ଅଧିକାରୀ କହିଛନ୍ତି ଯେ, ଡିସେମ୍ବର ଶେଷ ଆଡ଼କୁ ଦେଶରେ ପ୍ରାୟ ୧୨ ହଜାର ଟନ ପିଆଜ ଆମଦାନୀ ହେବାର ଆଶା ରହିଛି।
Leave a Reply