ଦୋଛକିରେ ବୈଜୟନ୍ତ

Dengura

ବିଜେଡିର ଟାଣୁଆ ନେତା ବୈଜୟନ୍ତ ପଣ୍ଡା  । ଏବେ ବୈଜୟନ୍ତଙ୍କୁ ନିଜ ଦଳରେ ବିରୋଧ  । ଖୋଲାଖୋଲି ବିରୋଧ କରୁଛନ୍ତି ନିଜ ନିର୍ବାଚନ ମଣ୍ଡଳୀରେ କର୍ମୀ । ବୈଜୟନ୍ତଙ୍କ ପାଇଁ ଏବେ ନିଜର ବିଧାୟକ ମାନେ ଅଡୁଆ ସାଜିଛନ୍ତି  । ଯେପରି ଭାବେ ରାହଣିଆରେ ତାଙ୍କୁ ଅଣ୍ଡା ଓ ଢେଲାମାଡ କରାଗଲା କୌଣସି ବିରୋଧୀ ଦଳର ନେତାଙ୍କୁ ମଧ୍ୟ ରାଜନୈତିକ ବିରୋଧ ଠାରୁ କୌଣସି ଗୁଣରେ କମ ନଥିଲା ବୋଲି  ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି  । ତେବେ ସୁରକ୍ଷା ପାଇଁ ଆଗୁଆ ଟୁଇଟରରେ ଲେଖିଥିବା ସାଂସଦଙ୍କୁ କଣ ପାଇଁ ପ୍ରର୍ଯ୍ୟାପ୍ତ ସୁରକ୍ଷା ମିଳିନଥିଲା  ।

ଆଗକୁ ବିରୋଧର ସୂଚନା ଥିଲେ ବା ଗୁଇନ୍ଦା ନିକଟରେ ତଥ୍ୟ ଥିଲେ ରାଜନେତା ଓ କର୍ମୀମାନଙ୍କୁ ପୋଲିସ ଆଗୁଆ ଗିରଫ କରିବାର ନଜିର ରହିଛି  । ହେଲେ ବୈଜୟନ୍ତଙ୍କ କ୍ଷେତ୍ରରେ କଣ ପାଇଁ ତାହା ଲାଗୁ ହେଲାନାହିଁ ତାହାକୁ ନେଇ ଏବେ ସମଗ୍ର ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା  । ବୈଜୟନ୍ତଙ୍କ ଅଭିଯୋଗ ଥିଲା ଏ ସମସ୍ତ ପଛରେ ଜଣେ ବାବୁଙ୍କ ହାତ ରହିଛି  । ଏନେଇ ବୈଜୟନ୍ତ ସତ ଉଖାରିବା ପରେ ବିଧାୟକରୁ ମନ୍ତ୍ରୀ ହୋଇଥିବା ଲୁଲୁ ବାବୁଙ୍କ ଉପରେ କୁଆଡେ ଆଇଇଏସ ବାବୁ ଏବେ ଖପ୍ପା ରହିଛନ୍ତି  ।

Leave a Reply

Your email address will not be published. Required fields are marked *

Comments

:)