
ଚୀନରୁ ବ୍ୟାପୁଥିବା ଭୟଙ୍କର କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୯୭୭ରେ ପହଞ୍ଚିଛି । ଏହି ଭାଇରସ ଯୋଗୁଁ ବିଶ୍ୱରେ ୮୬ ହଜାର ୬୧୧ ଜଣ ସଂକ୍ରମିତ ଅଛନ୍ତି । ପ୍ରାୟ ୫୦ରୁ ଅଧିକ ଦେଶକୁ ସ୍ୱର୍ଶ କରିଛି କୋରନା ଭାଇରସ। ଫଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ିଛି । ମୁଖ୍ୟ ଟେଡସ ଆଡନମ ଗୈବରେସସ କହିଛନ୍ତି, ଆମେ ଏବେ ଗ୍ଲୋବାଲ ସ୍ତରରେ କରୋନା ଭାଇରସ ପ୍ରଚାର ଓ ପ୍ରଭାବକୁ ଉଚ୍ଚ ଶ୍ରେଣୀରେ ରଖିଛୁ । ଚୀନ ପରେ ଇରାନରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ କରୋନା ଭାଇରସ ଯୋଗୁଁ ହୋଇଛି । ଇରାନରେ୪୩ ଜଣଙ୍କ ମୃତ୍ୟୁର କାରଣ ହୋଇଛି କରୋନା ଭାଇରସ । ମୋଟ ୫୯୩ ଜଣ ସଂକ୍ରମିତ ଅଛନ୍ତି । ଇଟାଲିରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ କୋରିଆରେ ଏହି ସଂଖ୍ୟା ୧୭ରେ ପହଞ୍ଚିଛି । ସେହିଭଳି ଡାଇମଣ୍ଡ ପ୍ରିନ୍ସସେସରେ ୬ ଜଣ ଜୀବନ ହରାଇଥିବା ବେଳେ ଜାପାନରେ ୫ଜଣଙ୍କ ମୃତ୍ୟୁ ହୋଇଛି ।ଜର୍ମାନୀର ସର୍ବାଧିକ ଜନବହୁଳ ରାଜ୍ୟ ନର୍ଥରାଇଡ-ଭେଷ୍ଟଫେଲିଆରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୫୦ରେ ପହଞ୍ଚିଛି । ପାଖାପାଖି ୧୦୦୦ ଲୋକଙ୍କ ନିକଟରେ ସଂକ୍ରମଣ ଥିବା ସଂଦେହରେ ସେମାନଙ୍କୁ ସ୍ୱତନ୍ତ୍ର ଏକ ସ୍ଥାନରେ ରଖାଯାଇଛି ।
Leave a Reply