ଚିଲିକାରେ ଫସିଲା ଭସାପୋଲ

ଡେଙ୍ଗୁରା

Dengura

 ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚିଲିକା ମଝିରେ ଫସିଲା ଭସାପୋଲ ଚାନେଲରୁ ବାହାରି ଯାଇ ଭସାପୋଲ ଚିଲିକା ମଝିରେ ଭାସୁଛି।ଯାହା  ଫଳରେ ଭସାପୋଲରେ ୭୦ ରୁ ୮୦ ଯାତ୍ରୀ ଫସି ରହିଛନ୍ତି। ପୋଲରେ ଗୋଟିଏ ବସ୍ ସହ  କାର , ବାଇକ୍ ମଧ୍ୟ ଫସି ରହିଛି। ଜହ୍ନିକୁଦାରୁ ସାତପଡ଼ା ଆସିଲା ବେଳେ ଏହି ଘଟଣା ଘଟିଛି।ପାଗ ଖରାପ ଥିବାରୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଚିଲିକାରେ ପ୍ରବଳ ବର୍ଷା ମଧ୍ୟରେ ଜହ୍ନିକୁଦାରୁ ସାତପଡ଼ା ଆସିଲା ବେଳେ ଭସାପୋଲ ଚିଲିକା ମଝିରେ ଫସି ରହିଛନ୍ତି। ୭୦ ରୁ ୮୦ ଯାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଦୁଇ ତାରିଖରେ କାଳିଯାଈରୁ ଫେରିବା ବେଳେ ମଝି ଚିଲିକାରେ ଡଙ୍ଗା ବୁଡ଼ି ଯିବାରୁ ଛଅ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାକୁ ସପ୍ତାହେ ନବିତୁଣୁ ଆଉ ଏକ ଘଟଣା ଚିକିଲାରେ ଦେଖିବାକୁ ମିଳିଛି।

 

Leave a Reply

Your email address will not be published. Required fields are marked *

Comments

:)