ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ କୁ ସିଜ୍

ଡେଙ୍ଗୁରା

Dengura

 

 

ଓଡ଼ିଶାରେ ପୁଣି ଚାଲିଛି କଡାକଡି ଟ୍ରାଫିକ ଯାଞ୍ଚ । ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟରେ ଟ୍ରାଫିକ ଚେକିଂ ଜୋରଦାର ଚାଲିଛି । ପରିବହନ ବିଭାଗ  ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ କୁ ସିଜ୍ କରିଛି । ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଜୋରିମାନା କଟା ଯାଇଛି । ଗାଡି ଦୁଇଟିର ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର , ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଚାଲାଣ କଟାଯାଇଛି ।ଗତକାଲିଠୁ ଟ୍ରାଫିକ୍ ଆଇନକୁ କଡାକଡି କରାଯାଇ ଟ୍ୱିନ ସିଟିରେ ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା  କରାଯାଇଛି । ତେବେ ଆଜି ସୋମବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଖୋଲା ରହିଛି । ଫଳରେ ରାସ୍ତାରେ ଗାଡି ଚଳାଚଳ ବଢ଼ିଛି । ଜାତୀୟ ରାଜପଥରେ  ଆଜି ସକାଳୁ ସକାଳୁ ଚେକିଂ ଆରମ୍ଭ ହୋଇ ଯାଇଛି ।

 

Leave a Reply

Your email address will not be published. Required fields are marked *

Comments

:)