କରୋନା ଭାଇରସ - ୮୮ ହଜାରରୁ ଅଧିକ ଲୋକ ଏହି ସଂକ୍ରମଣର ଶିକାର

ଡେଙ୍ଗୁରା

Dengura

 

 ଚୀନରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭାଇରସ  ଯୋଗୁଁ ବିଶ୍ୱରେ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଚୀନରେ ସର୍ବାଧିକ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସର୍ବାଧିକ ଇରାନରେ ମୃତ୍ୟୁ ହୋଇଛି ।  ୮୮ ହଜାରରୁ ଅଧିକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନରେ ୮୦ ହଜାର ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯୧୨ ଜଣଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ କୋରିଆରେ ୩୭୩୬ ଜଣ ସଂକ୍ରମିତ ଓ, ଇଟାଲିରେ ୨୧ ଜଣଙ୍କ ମୃତ୍ୟୁ ,୧୭୦୧ ସଂକ୍ରମିତ ହୋଇଥିବାବେଳେ ୪୧ ଜଣଙ୍କ ମୃତ୍ୟୁ ଘଟିଛି ।ଇରାନରେ ୯୭୮ ଜଣ ସଂକ୍ରମିତ ଓ ୫୪ ଜଣଙ୍କ ମୃତ୍ୟୁ, ଡାଇମଣ୍ଡ ପ୍ରିନ୍ସସେସରେ ୭୦୫ ଜଣ ସଂକ୍ରମିତ ଓ ୭ ଜଣଙ୍କ ମୃତ୍ୟୁ, ଜାପାନରେ ୬ ଜଣଙ୍କ ମୃତ୍ୟୁ ଓ ୨୫୬ ଜଣ ସଂକ୍ରମିତ, ଫ୍ରାନ୍ସରେ ୧୩୦ ଜଣ ସଂକ୍ରମିତ ଓ ୨ ଜଣଙ୍କ ମୃତ୍ୟୁ, ହଂଗକଂଗରେ ୧୦୦ ଜଣ ସଂକ୍ରମିତ ଓ ୨ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ ଏପର୍ଯ୍ୟନ୍ତ ବିଶ୍ୱର ୫୫ଟି ଦେଶକୁ ଛୁଇଁଛି । ଆମେରିକା, ଥାଇଲାଣ୍ଡ, ତାଇୱାନ, ଅଷ୍ଟ୍ରେଲ୍ରିଆ ଓ ଫିଲିପାଇନ୍ସ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଓ ଚୀନ ସରକାର ଜୋରଦାର ଉଦ୍ୟମ କରିଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ ।    

 

Leave a Reply

Your email address will not be published. Required fields are marked *

Comments

:)