କରୋନା ଭୂତାଣୁର ନାମ ପରିବର୍ତନ

ଡେଙ୍ଗୁରା

Dengura

 

 

ସମଗ୍ର ଦୁନିଆରେ କରୋନା ଭୂତାଣୁ ଆତଙ୍କ ଖେଳାଇ ଦେଇଛି। ସିଙ୍ଗାପୁର, ଜାପାନ,  ଥାଇଲାଣ୍ଡ, ଦକ୍ଷିଣ କୋରିଆ ସମେତ ଅନେକ ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଦ୍ୟାବଧି ଏହି ମାରାତ୍ମକ ଭୂତାଣୁରେ ଚୀନରେ ୭୨୩ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪, ୫୯୮ରେ ପହଞ୍ଚିଛି। ଅନେକ ଅବସ୍ଥା ସଂକଟାପନ୍ନ ରହିଛି। ଅନ୍ୟପଟେ ଚୀନ ଏବେ ଏହି ଭାଇରସର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି।ଚୀନର ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ଆୟୋଗ ଏହି ଭୂତାଣୁକୁ ଏକ ଅସ୍ଥାୟୀ ନାମ ଦେଇଛି। ଏବେ ଏହି ଭାଇରସକୁ କରୋନା ଭାଇରସ୍ ପରିବର୍ତ୍ତେ ନୋଭେଲ୍ କରୋନାଭାଇରସ ନିମୋନିଆ କିମ୍ବା ଏନସିପି ରୂପେ ପରିଚିତ ହେବ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଆୟୋଗ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଏହି ସଂକ୍ରମଣର ସ୍ଥାୟୀ ନାମ ନିର୍ଦ୍ଧାରଣ ନହୋଇଛି କରୋନାର ଏହି ନୂତନ ନାମକୁ ଚୀନର ସରକାରୀ ବିଭାଗ ଓ ସଂଗଠନ ଦ୍ଵାରା ଆପଣେଇବା ଉଚିତ୍ ।

ଭାଇରସର ନୂତନ ନାମକରଣର ନିଷ୍ପତ୍ତି ଇଣ୍ଟରନ୍ୟାସନାଲ କମିଟି ଅନ ଟେକ୍ନିସିଆନ ଅଫ ଭାଇରସନେଇଛି। ନୂତନ ନାମକୁ ବୈଜ୍ଞାନିକ ପତ୍ରିକାଗୁଡ଼ିକୁ ଦିଆଯାଇଛି। ଚୀନରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁରେ ଜଣେ ଆମେରିକୀୟ ମହିଳା ଓ ଜଣେ ଜାପାନୀ ପୁରୁଷଙ୍କ ମୃତ୍ୟୁ ଘଟିବା ସହ ଦେଶରେ ମୃତକଙ୍କ ସଂଖ୍ୟା ୭୨୩ରେ ପହଞ୍ଚିଛି।

 

Leave a Reply

Your email address will not be published. Required fields are marked *

Comments

:)