
ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି । ଆହୁରି ୨ ରୁ ୩ ଦିନ ଧରି ଥଣ୍ଡାର ପ୍ରକୋପ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସର୍ବନିମ୍ନ ୪ ଡିଗ୍ରୀ ରେକର୍ଡ କରାଯାଇଛି କିଛି ସହରରେ ତାପମାତ୍ରା । ସେହିଭଳି ଆଗାମୀ ଦିନରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ।ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦଓ କିଛି ସହର ଶୀତରେ ଥରୁଛି । ସାହାରାନପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଛି । ଶୀତର ଅଧିକ ପ୍ରଭାବ ଦୃଷ୍ଟିରେ ରଖି ଗୁରୁବାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି ।ଆଲିଗଡ଼ରେ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି । ଜିଲ୍ଲାରେ ଡିସେମ୍ବର ୨୮ ଯାଏଁ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ସୂଚନାଯୋଗ୍ୟ ଉତ୍ତର ପ୍ରଦେଶରେ ଶୀତ ଯୋଗୁଁ ଚଳିତ ବର୍ଷ ୧୮ ଜଣଙ୍କର ମୃତ୍ୟୁ ଘଟିସାରିଛି ।
Leave a Reply