
ଭୁବନେଶ୍ୱର ତା ୧୦.୧୨ –ବରିଷ୍ଠ କଂଗ୍ରେସ ନେତା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସାମୁହିକ ନେତୃତ୍ୱରେ ଆଜି ଲିଙ୍ଗରାଜ ମନ୍ଦିର ନିକଟସ୍ଥ ପୁରୁଣା ଭୁବନେଶ୍ୱର ବାସିନ୍ଦା, ଉଠା ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ବୁଦ୍ଧିଜୀବୀ, ଛାତ୍ର, ମହିଳା, ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗ ସମେତ ସେବାୟତ ଓ ବ୍ୟବସାୟୀ ମହାସଂଘର ହଜାର ହଜାର ଜନସାଧାରଣ ଆଜି ରାଜ୍ୟ ସରକାରଙ୍କର କଳାପାହାଡ ନୀତି ପ୍ରତିବାଦରେ ବିକ୍ଷୋଭ କରିଥିଲେ । ଲିଙ୍ଗରାଜ ମନ୍ଦିର ଥାନାକୁ ତିନି ଘଂଟା ଧରି ଘେରାଉ କରିବା ସହ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା । ଶ୍ରୀ ରାଉତରାୟ କହିଥିଲେ ଯେ ରାଜ୍ୟ ସରକାର ଏଠିକାର ବାସିନ୍ଦା ଏବଂ ଯେଉଁମାନେ ଉଚ୍ଛେଦ ଦ୍ୱାରା ପ୍ରଭାବିତ ହେବେ ସେମାନଙ୍କ ସହ ଆଲୋଚନା ନକରି ଅତର୍କିତ ଭାବେ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି । ଏହା ଫଳରେ ମନ୍ଦିର ଚତୁଃପାଶ୍ୱର୍ରେ ଯେଉଁମାନେ ଶହ ଶହ ବର୍ଷ ଧରି କ୍ଷୁଦ୍ର ବ୍ୟବସାୟୀ କରୁଛନ୍ତି ବା ରହି ଆସୁଛନ୍ତି, ସେମାନଙ୍କର ଜୀବନ ଜୀବିକା ଲୋପ ହୋଇଯାଉଛି । ରାଜ୍ୟ ସରକାର ଏପରି ହିଟଲରୀ ଶାସନ ନକରି ଆଲୋଚନା ମାଧ୍ୟମରେ ଏବଂ ପ୍ରଭାବିତ ଲୋକଙ୍କୁ ପ୍ରଥମେ କ୍ଷତି ପୂରଣ ଦେଇ ବା ଥଇଥାନ କରି, ପରେ ଉଚ୍ଛେଦ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏଭଳି ବିଟ୍ରିଶରାଜ ଚଲାଇଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଭଜନମଣ୍ଡପ ଓ ଏହା ପାଖରେ ଥିବା ସର୍ବସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ଯେପରି ଭାବରେ ଭଙ୍ଗା ଯାଇଛି ତାହାକୁ ଶ୍ରୀ ରାଉତରାୟ ନିନ୍ଦା କରିଛନ୍ତି । ଏଠାରେ ପ୍ରଭାବିତ ଲୋକ ରାସ୍ତାଉପରେ କାନ୍ଦୁଥିବା ବେଳେ ରାଜ୍ୟ ସରକାର ନାଲିଆଖି ଦେଖାଇ ସେମାନଙ୍କୁ ଦମନ କରିବା ପାଇଁ ଯେଉଁ ଅପଚେଷ୍ଟା କରିଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଆନ୍ଦୋଳନ ଚାଲିଥିବା ବେଳେ ଘଟଣାସ୍ଥଳକୁ ଏଡିଏମ୍, ଏସିପି, ବିଡିଏ କର୍ତୃପକ୍ଷ, ବିଏମ୍ସିର ଡେପୁଟି କମିଶନର ଆସି ଆଲୋଚନା କରିବା ପରେ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ରଖିବା ପରେ ସେଠାରେ ଆନ୍ଦୋଳନକୁ ସାମୂହିକ ଭାବେ ବନ୍ଦ କରାଯାଇଛି । ସରକାର ଯଦି ଆଲୋଚନା ନକରି
Leave a Reply