
ମାଟ୍ରିକ ପରୀକ୍ଷା ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଲାଗି ଆଜିଠାରୁ ଅନଲାଇନ ଫର୍ମପୂରଣ କରିପାରିବେ । ଅଫଲାଇନ ପରୀକ୍ଷାର ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।ସେଥିଲାଗି ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ଫର୍ମ ପୂରଣ କରିପାରିବେ । ଜୁଲାଇ ୩୦ ତାରିଖରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । କୋଭିଡ ନିୟମ ଅନୁସାରେ ଅଗଷ୍ଟ ୫ ତାରିଖ ଯାଏ ପରୀକ୍ଷା ଚାଲିବ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।ତେବେ ଅଫଲାଇନ ପରୀକ୍ଷାରେ ମିଳିବା ମାର୍କକୁ ନେଇ ଆଉ କୌଣସି ଆଶଙ୍କା କିମ୍ବା ସନ୍ଦେହ ରହିବନାହିଁ ତାହା ଚୂଡାନ୍ତ ମାର୍କ ହେବ । ସେହି ଅଫଲାଇନ ମାର୍କରେ ଯୁକ୍ତ ଦୁଇ ଆବେଦନ ଲାଗି ମଧ୍ୟ କୌଣସି ସମସ୍ୟା ହେବନାହିଁ ।
Leave a Reply