300 ରୁ ଅଧିକ ଲୋକଙ୍କୁ ନୋଟିସ

ଡେଙ୍ଗୁରା

Dengura

 

ଉତ୍ତର ପ୍ରଦେଶରେ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ହିଂସାକାଣ୍ଡ ପରେ ପ୍ରଶାସନ ଆକ୍ସନ ମୁଡରେ ଦେଖାଯାଇଛି । ପ୍ରଶାସନ ହିଂସା କାଣ୍ଡ  ସହିତ ଜଡ଼ିତ ୩୦୦ରୁ ଅଧିକ ଲୋକଙ୍କୁ  ନୋଟିସ ପଠାଇଛି । ଏହି ଲୋକଙ୍କୁ ନିଜର ସ୍ଥିତି ବୁଝାଇବା ଅର୍ଥାତ ସାଧାରଣ ଓ ବ୍ୟକ୍ତିଗତ ସଂପତ୍ତି କ୍ଷତିକୁ ପୂରା କରିବାକୁ କହିଛି । ସୂଚନା ଅନୁସାରେ ଏଯାଏଁ ସମ୍ଭଳରେ ୨୬, ରାମପୁରରେ ୨୮, ଗୋରଖପୁରରେ ୩୩, ବିଜନୌରରେ ୪୩, ମେରଠରେ ୧୪୧ ଓ ଲକ୍ଷ୍ନୌରେ ୧୦୦ ଲୋକଙ୍କୁ ନୋଟିସ ଜାରି କରାଯାଇଛି । ଅଧିକାରୀମାନଙ୍କ କହିବା ଅନୁସାରେ ଏହି ଲୋକଙ୍କୁ ନୋଟିସ ପଠାଯାଇଛି, ଯେଉଁମାନେ ଘର ଛାଡ଼ି ପଳାୟନ କରିଛନ୍ତି ସେମାନଙ୍କ ସହିତ ସଂପର୍କ ହୋଇପାରୁ ନାହିଁ ।ରାମପୁରରେ ଜଣେ ଅଧିକାରୀ କହିଛନ୍ତି, ପୋଲିସ ଓ ଜିଲ୍ଲା ପ୍ରଶାସନ ପୂରା ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ଟଙ୍କାର କ୍ଷତି ଆକଳନ କରି ମଙ୍ଗଳବାର ନୋଟିସ ଜାରି କରିଥିଲେ । ପୋଲିସ ଆରମ୍ଭରୁ କହିଥିଲା ଯେ, ପାଖାପାଖି ୧୫ ଲକ୍ଷ ଟଙ୍କା କ୍ଷତି ହୋଇଛି କିନ୍ତୁ ଅନ୍ତିମ ଆକଳନରେ ଏହି ତଥ୍ୟ୨୫ ଲକ୍ଷ ପହଞ୍ଚିଛି । 

 

 

Leave a Reply

Your email address will not be published. Required fields are marked *

Comments

:)