
ଯଦିଓ ଇଣ୍ଟରନେଟରୁ ଡାଟା ସିଗନାଲ ଖୁବ ଶୀଘ୍ର ଚାଲି ଯାଇଥାଏ, କିନ୍ତୁ ଏହାକୁ ଆଉ ଥରେ ଆରମ୍ଭ କରିବା ପାଇଁ ଘରୋଇ ମୋବାଇଲ ଅପରେଟର ମାନଙ୍କୁ ୨ ରୁ ଅଢ଼େଇ ଘଣ୍ଟା ସମୟ ଲାଗିଥାଏ । ଆବଶ୍ୟକ ପଡ଼ିଲେ ଗୃହ ବିଭାଗ ଓ ଜିଲ୍ଲା ପ୍ରଶାସନର ମୌଖିକ ଆଦେଶ ଜାରି କରି ଦେଇଥାଏ । ଶନିବାର ଏହି ଆଦେଶ ଜାରି ହେବାରେ ବିଳମ୍ବ ହୋଇଥିଲା । ଏହି କାରଣ ଯୋଗୁଁ ଶନିବାର ଘରୋଇ ଅପରେଟରଙ୍କୁ ସେବା ଆରମ୍ଭ କରିବାରେ ୨ରୁ ଅଢ଼େଇ ଘଣ୍ଟା ଲାଗିଥିଲା ।
ବିଶେଷଜ୍ଞଙ୍କ ଅନୁସାରେ ଘରୋଇ ଅପରେଟରଙ୍କ ନିକଟରେ ଟିଡିଏମ ଅର୍ଥାତ ଜିଏମ ଭଳି ଅଧିକାରୀ ଅଥବା ଜିଲ୍ଲାବ୍ୟାପି ସିଷ୍ଟମ ନ ଥାଏ । ଏଥି ପାଇଁ ସେମାନଙ୍କୁ ବିଭିନ୍ନ ଜିଲ୍ଲାର ଉପଭୋକ୍ତାଙ୍କ ମୋବାଇଲର ଡାଟା ସିଗନାଲ ଓ ମ୍ୟାସେଜ ବନ୍ଦ କରିବାକୁ ପ୍ରାୟତ ସମୟ ଲାଗିଥାଏ । ସେମାନେ ନିଜର ମୁଖ୍ୟ ସୁଇଚ ଦ୍ୱାରା ସବୁ କାମ କରିଥାନ୍ତି । କୌଣସି ଅଞ୍ଚଳରେ ମେସେଜ ବନ୍ଦ କରିବାକୁ ହେଲେ ବିଟିଏସ ମାଧ୍ୟମରେ ପୂରା ସମସ୍ତ ତଥ୍ୟ ଏକାଠି କରିଥାନ୍ତି । ଏହି ଭଳି ଭାବେ ଡାଟା ସିଗନାଲ ବନ୍ଦ କରିବାଲାଗି ବିଟିଏସ ବାଛିବାକୁ ପଡ଼ିଥାଏ ।
Leave a Reply