
ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସିଧା ରାଜଭବନ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ ଆଜି କାରକେଡ୍ ରିହଲ୍ସର୍ଲ କରାଯାଇଛି। କିଭଳି ଭାବରେ ରାଷ୍ଟ୍ରପତିଙ୍କୁ ବିମାବନ୍ଦରରୁ ରାଜଭବନ ପାଛୋଟି ନିଆଯିବ ସେସବୁର ରିହର୍ସଲ କରାଯାଇଛି।ବିମାନବନ୍ଦରରୁ, ଏୟାରପୋର୍ଟ ଟ୍ରାଫିକ, କ୍ୟାପିଟାଲ ହସ୍ପିଟାଲ ଓ ଏଜି ଛକ ଦେଇ ରାଜଭବନରେ ପହଞ୍ଚିବ କାରକେଡ୍। ଏହି ସମୟରେ ରାଷ୍ଟ୍ରପତିଙ୍କ କାରକେଡ୍ ଯିବାକୁ ଥିବା ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ। ଏହାସହ ୮ ଜଣ ଅତିରିକ୍ତ ଏସ୍ପିଙ୍କ ସମେତ ୧୨ ଜଣ ଏସିପି, ଡିଏସ୍ପି ଏବଂ ୧୭ ଜଣ ଆଇଆଇସି ଦାୟିତ୍ୱରେ ରହିବେ।
Leave a Reply