
ଦେଶରେ ବହୁ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ କୋଲକାତାରେ ବିଜେପିର ମାର୍ଚ୍ଚ ଆରମ୍ଭ ହୋଇଛି। ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ନାଗରିକ ସଂଶୋଧନ ଆଇନ ସମର୍ଥନ ରାଲି କରୁଛନ୍ତି। ଏହି ମାର୍ଚ୍ଚ ପରେ ନଡ୍ଡା ଜନସଭାରେ ସମ୍ଵୋଧିତ କରିବେ। ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକତା ସଂଶୋଧନ। ଆଇନ ଏବଂ ଏନଆରସିକୁ ନେଇ ଲୋକମାନଙ୍କୁ ସଚେତନ କରାଇବା ।
ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଦିଲ୍ଲୀ ରାଲିରେ ପ୍ରଦର୍ଶନକାରୀମାନେ ମିଥ୍ୟା ଖବର ପ୍ରଚାର କରିଥିଲେ। ଏନଆରସି ବୋଲି କିଛି ନାହିଁ କି ନରେନ୍ଦ୍ର ମୋଦୀ ଆସିବେ ନାହିଁ ବୋଲି ପ୍ରଚାର କରିଥିଲେ। ଆଜି ମଧ୍ୟ କଂଗ୍ରେସ ଏହାକୁ ବିରୋଧ କରି ହୋହାଲ୍ଲା କରିଛି ।ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। ଦରିୟାଗଞ୍ଜ ହିଂସା ମାମଲାରେ ଦିଲ୍ଲୀ ପୁଲିସ ୧୫ ଜଣ ଅଭିଯୁକ୍ତଙ୍କୁ ତୀସ୍ ହଜାରି କୋର୍ଟରେ ହାଜର କରିଛି। ପୋଲିସ ଏହି ମାମଲାରେ ସମୁଦାୟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଭୀମ ଆର୍ମିର ଚିଫ୍ ଚନ୍ଦ୍ରଶେଖରଙ୍କୁ ମଧ୍ୟ ହାଜର କରାଯାଇଥିଲା।
Leave a Reply