ଶ୍ୟାମ ପିଟ୍ରୋଡା କୁ ନେଇ ନବୀନଙ୍କ ମୁଣ୍ଡବ୍ୟଥା

Dengura

ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଶ୍ୟାମ ପିଟ୍ରୋଡାଙ୍କୁ ନେଇ ଏବେ ଅଡୁଆରେ ନବୀନ ବାବୁ  । ବିରୋଧୀ ବିଜେପି ତାଙ୍କୁ ଯେଉଁ ଅଭିଯୋଗରେ ସମାଲୋଚନା କରୁଥିଲେ ତାହାର ପ୍ରମାଣ କଂଗ୍ରେସ ଦେଇଛି  । ତେଣୁ ବିଜେଡି ଏହାକୁ ନେଇ ହରଡଘଣାରେ ପଡିଯାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି  । ଏପରିକି କଂଗ୍ରେସ ଓ ବିଜେଡି ମଧ୍ୟରେ ଶ୍ୟାମ ପିଟ୍ରୋଡା ଯେ ଯୋଗସୁତ୍ରକାରୀ ଏକଥାକୁ ଆଉ ଏଡାଇ ଦିଆଯାଇନପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି  ।

କଂଗ୍ରେସ ଓଭରସିଜ କଂଗ୍ରେସ ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଭାବେ ଶ୍ୟାମ ପିଟ୍ରୋଡା ନିଯୁକ୍ତି ପାଇଛନ୍ତି  । ଅନ୍ୟପଟେ କଂଗ୍ରେସର ଏହି ଆଗଧାଡିରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର କ୍ୟାବିନେଟ ପାହ୍ୟା 2016 ମସିହାରୁ ପ୍ରଦାନ କରିଛନ୍ତି  । ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ଏହି ଘଟଣା ଏବେ ନୂଆମୋଡ ନେବାରେ ଲାଗିଛି  ।

Leave a Reply

Your email address will not be published. Required fields are marked *

Comments

:)