
ଓଡିଶାରେ ବିଜେଡି ଶାସନର ପଂଚମ ପାଳିର ପ୍ରଥମ ୬ ମାସରେ ୬ ମହାବିଫଳତାକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କୈଫିୟତ ମାଗିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ରାଜ୍ୟରେ ମହିଳା ଧର୍ଷିତା-ଲାଂଚ୍ଛିତା-ଅପମାନିତା ହେବା, ଗରିବଙ୍କ ପକ୍କା ଘର ଯୋଜନାରେ ଗରିବ ବଦଳରେ ଦଳୀୟ କର୍ମୀ ଯୋଜନା ହାତେଇ ନେବା, ଫନିର ପ୍ରଚୁର କେନ୍ଦ୍ରୀୟ ସହାୟତା ଶାସନ ଓ ପ୍ରଶାସନ ଦ୍ୱାରା ବାଟମାରଣା ହେବା, ମେକ୍ ଇନ୍ ଓଡିଶା ନାରା ସମ୍ପୂର୍ଣ୍ଣ ବିଫଳ ହେବା, ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡିବା ଏବଂ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନଥିବା ରାଜ୍ୟସରକାର ଏବେ ନିଜସ୍ୱ ଯୋଜନା ପାଇଁ ଅର୍ଥ ଅଭାବ ହେବାରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବା ଆଦି ୬ଟି ପ୍ରସଙ୍ଗ ବିଜେଡି ଶାସନର ପ୍ରଥମ ୬ ମାସର ବଡ ଉପଲବ୍ଧି କହି ତାଚ୍ଛଲ୍ୟ କରିଛନ୍ତି ସମୀର ମହାନ୍ତି ।
Leave a Reply