
ରାଜ୍ୟରେ କରୋନାରେ ୬୭ ଜଣଙ୍କ ମୃତ୍ୟୁ ।ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ସାମାନ୍ୟ ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୯୯୨ରେ ପହଁଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହା ପଛକୁ ଗଞ୍ଜାମରୁ ୮, ସୁନ୍ଦରଗଡ଼ରୁ ୭ ,ମୟୂରଭଞ୍ଜ ଓ ପୁରୀରୁ ୬ ,ବରଗଡ଼ରୁ ୪, ନୟାଗଡ଼ରୁ ୩ ଏବଂ ଅନୁଗୁଳ, ଭଦ୍ରକ, ବୌଦ୍ଧ, ଗଜପତି,ଜଗତସିଂହପୁର, ଯାଜପୁର, କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଏକ ଭର୍ଚ୍ଚୁଆଲ ବୈଠକରେ ଆଲୋଚନା କରି ସତର୍କ ରହିବା ସହିତ ଟିକାକରଣକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି ।ତେବେ ରାଜ୍ୟରେ ଏବେ କରୋନା ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ କିଛି ଅମାନିଆ ଲୋକଙ୍କ ଯୋଗୁଁ ସଂଙ୍କଟ ଆଣିଦେବ ବୋଲି ଆଶଙ୍କା କରାଯାଉଛି ।
Leave a Reply