ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି

ଡେଙ୍ଗୁରା

Dengura

 

 

ରାଜ୍ୟରେ କରୋନା ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଆଜି ରାଜ୍ୟରେ  କରୋନାରେ ୫୧ ଜଣ  ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୨୯୯କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ ଭୁବନେଶ୍ୱରରୁ ୫ ଜଣ ବରଗଡ଼,ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନାରେ ମହାମାରୀ ।  କଟକ, ଯାଜପୁର, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି ।ସେହିପରି ଭଦ୍ରକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ପୁରୀ ଜିଲ୍ଲାରେ ଦୁଇ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।କନ୍ଧମାଳ, କେନ୍ଦ୍ରପଡ଼ା, କେନ୍ଦୁଝର, ନବରଙ୍ଗପୁର ଜିଲ୍ଲାର ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

 

Leave a Reply

Your email address will not be published. Required fields are marked *

Comments

:)