ମହିଳା ନିର୍ଯ୍ୟାତନା ମାମଲାରେ କେନ୍ଦ୍ର ସରକାର ସକ୍ରିୟ ଅଛନ୍ତି

ଡେଙ୍ଗୁରା

Dengura

 

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହିତ ବଳାତ୍କାର ଓ ଅମାନୁଷିକ ହତ୍ୟା ଓ ପୁଣି ଉନ୍ନାଓରେ ପୀଡ଼ିତାଙ୍କ ମୃତ୍ୟୁରେ ସମଗ୍ର ଦେଶ ଆକ୍ରୋଶିତ ହୋଇ ଉଠିଛି। ଏହା ପରେ କେନ୍ଦ୍ର ସରକାର ସକ୍ରିୟ ହୋଇ ଉଠିଛି। ଏହି ସଂଦର୍ଭରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅପିଲ କରିଛନ୍ତି ଯେ, ବଳାତ୍କାର ମାମଲାରେ ତଦନ୍ତ ମାତ୍ର ଦୁଇ ମାସ ଭିତରେ ଶେଷ କରାଯାଉ।

ସେ କହିଛନ୍ତି ଯେ, ନାବାଳିକାଙ୍କ ସହିତ ହେଉଥିବା ଅପରାଧ ସମେତ ବଳାତ୍କାରର ସମସ୍ତ ମାମଲାର ତଦନ୍ତ ଦୁଇ ମାସରେ ପୂରା ହେବା ଉଚିତ୍। ଏହି ସମ୍ବନ୍ଧରେ ମୁଁ ନିଜର ବିଭାଗକୁ ମଧ୍ୟ ଜରୁରୀ ନିର୍ଦ୍ଦେଶ ଦେଇଛି। ଏହା ସହିତ କେନ୍ଦ୍ର ସମଗ୍ର ଦେଶରେ ୧୦୨୩ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *

Comments

:)