
ଭୁବନେଶ୍ବର, 23 ନଭେମ୍ବର-ରାଜ୍ୟ କଂଗ୍ରେସରେ ଏବେ ଦେଖାଦେଇଛି ବିଦ୍ରୋହ । ଦଳର କୋଷାଧ୍ୟକ୍ଷ ତଥା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ବେପାରୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ।
କଟକରେ ଦଳ ପକ୍ଷରୁ ଆୟୋଜିତ ସଂକଳ୍ପ ସମାବେଶରେ ପ୍ରସାଦ ହରିଚନ୍ଦନ ଯୋଗନଦେବା ଓ ସମାବେଶରେ କୋଷାଧ୍ୟକ୍ଷ ଦେଇଥିବା ବୟାନକୁ ନେଇ ମୋକିମଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାଉତରାୟ । ସିଧାସିଧା କହିଛନ୍ତି ମୋକିମ ଏତେବଡ ନେତା ନୁହଁନ୍ତି । ପ୍ରସାଦଙ୍କ ପାଇଁ ସେ ଏତେ ଆଗକୁ ଯାଇଛନ୍ତି । ସେ ଜଣେ ବେପାରୀ ଲୋକ । ସଙ୍ଗଠନ ତାଙ୍କ ନିକଟରେ ନାହିଁ । ହେଲେ ଶ୍ରୀ ରାଉତରାୟ ଦେଇଥିବା ମନ୍ତବ୍ୟ ଉପରେ ପତିକ୍ରିୟା ଦେଇ ଗଣମାଧ୍ୟମରେ ଶ୍ରୀ ମୋକିମ କହିଛନ୍ତି ମୋ ପରିବାର କଂଗ୍ରେସ ସହ ରହିଛନ୍ତି । ମୋର କାମ ଦେଖି ରାଜ୍ୟ ସଭାପତି ମୋତେ କୋଷାଧ୍ୟକ୍ଷ କରିଛନ୍ତି । ସଙ୍ଗଠନ ବଢୁଥିବା ବେଳେ ସୁର ବାବୁ ଏଭଳି ବୟାନ ଦେବାରୁ କ୍ଷ୍ୟାନ୍ତ ରୁହନ୍ତୁ ।
Leave a Reply