ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ତୃତୀୟ ସ୍ଥାନ ହାସଲ କରିବ

ଡେଙ୍ଗୁରା

Dengura

 

୨୦୩୪ ମସିହା ସୁଦ୍ଧା ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ତୃତୀୟ ସ୍ଥାନ ହାସଲ କରିବ । ବ୍ରିଟେନସ୍ଥିତ ସେଣ୍ଟର ଫର ଇକନମିକ୍ସ ଏଣ୍ଡ ବିଜେନସ୍‌ ରିସର୍ଚ୍ଚ (ସିଇବିଆର)ର ରିପୋର୍ଟ ୱାର୍ଲଡ ଇକୋନମିକ ଲିଗ୍ ଟେବୁଲ-୨୦୨୦ଅନୁସାରେ ଭାରତ ୨୦୨୬ରେ ଜର୍ମାନୀକୁ ହଟାଇ ଚତୁର୍ଥ ସ୍ଥାନ ହାସଲ କରିବାକୁ ଥିବାବେଳେ ଓ ୨୦୩୪ରେ ଜାପାନକୁ ପଛରେ ପକାଇ ବିଶ୍ୱ ଅର୍ଥବ୍ୟବସ୍ଥାରେ ତୃତୀୟ ସ୍ଥାନ ଭାରତ ହାସଲ କରିବ ।  ସେହିପରି ୨୦୨୪ ମସିହା ସୁଦ୍ଧା ଭାରତ ୫ ହଜାର ବିଲିୟନ ଡଲାରର ଅର୍ଥନୀତି ହେବ ବୋଲି କିଛିଦିନ ତଳେ ଦାବି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ରିପୋର୍ଟ ଟିକେ ଝଟକା ଦେଇଛି । ରିପୋର୍ଟର ଅନୁସାରେ ୨୦୨୪ ମସିହା ନୁହେଁ ୨୦୨୬ ମସିହା ବେଳକୁ ଭାରତର ଅର୍ଥ ବ୍ୟବସ୍ଥା ୫ ହଜାର ବିଲିୟନ ଡଲାରରେ ପହଞ୍ଚିଥିବ। ତେବେ ସରକାର ୨୦୨୪ ସୁଦ୍ଧା ଦେଶକୁ ୫ ହଜାର ବିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପହଞ୍ଚାଇବାକୁ ଲକ୍ଷ ଧାର୍ଯ୍ୟ କରିଛନ୍ତି, ।ବ୍ରିଟେନସ୍ଥିତ ସେଣ୍ଟର ଫର ଇକନମିକ୍ସ ଏଣ୍ଡ ବିଜେନସ୍‌ ରିସର୍ଚ୍ଚ (ସିଇବିଆର)ର ରିପୋର୍ଟ ୱାର୍ଲଡ ଇକନମିକ ଲିଗ୍ ଟେବୁଲ-୨୦୨୦ଅନୁସାରେ ୨୦୧୯ରେ ଭାରତ ବ୍ରିଟେନ ଓ ଫ୍ରାନ୍ସକୁ ପଛରେ ପକାଇ ବିଶ୍ୱର ୫ମ ବୃହତ୍ତ ଅର୍ଥବ୍ୟବସ୍ଥା ପାଲଟିଛି । ଏହି ହାରରେ ଭାରତ ଆର୍ଥିକ ପ୍ରଗତି ଜାରି ରହିଲେ ୨୦୨୬ରେ ଜର୍ମାନୀକୁ ପଛରେ ପକାଇ ଚତୁର୍ଥ ଓ ୨୦୩୪ରେ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇପାରିବ। 

ସିଇବିଆର ଅନୁମାନ ଅନୁସାରେ ଏବେ ଭାରତ, ଜର୍ମାନ ଓ ଜାପାନ ମଧ୍ୟରେ ଏଥିଯୋଗୁ ଦୃତ ପ୍ରତିଯୋଗୀତା ଚାଲିଛି ।

 

Leave a Reply

Your email address will not be published. Required fields are marked *

Comments

:)