
ସରି ସରି ଆସିଲା ବର୍ଷ 2019 । ତେବେ ଡିସେମ୍ୱର 26 ତାରିଖ ଦିନ ହେବାକୁ ଯାଉଛି ଚଳିତ ବର୍ଷ ତଥା ଏହି ଦଶନ୍ଧିର ସୂର୍ଯ୍ୟଗ୍ରହଣ । 2019 ମସିହାର ଶେଷ ସୂର୍ଯ୍ୟପରାଗ ହୋଇଥିବାରୁ ସାଧାରଣ ଲୋକ ମାନଙ୍କ ମନରେ ସୂର୍ଯ୍ୟପରାଗକୁ ନେଇ ପ୍ରବଳ ଉତ୍ସାହ ଲାଗି ରହିଛି ।
ଡିସେମ୍ବର ମାସ 26 ତାରିଖରେ ହେବାକୁ ଥିବା ସୂର୍ଯ୍ୟଗ୍ରହଣକୁ ଏକ ବିରଳ ଶ୍ରେଣୀର ସୂର୍ଯ୍ୟଗ୍ରହଣ ଭାବରେ ଭାରତରେ ଦୃଶ୍ୟମାନ ହେବ ବୋଲି ଜଣାପଡ଼ିଛି। ଠିକ୍ 57 ବର୍ଷ ତଳେ ଅର୍ଥାତ 1962 ମସିହାରେ ଏଭଳି ଏକ ସୂର୍ଯ୍ୟଗ୍ରହଣ ଲାଗିଥିଲା ବୋଲି ଜଣାପଡ଼ିଛି ଯେଉଁଥିରେ କି 7 ଟି ଗ୍ରହ ଏକା ସାଙ୍ଗରେ ରହିଥିଲା ।ଡିସେମ୍ୱର 26 ତାରିଖ ଦିନ ହେବାକୁ ଥିବା ସୂର୍ଯ୍ୟପରାଗ ସକାଳ 8ଟା17 ମିନିଟରୁ ଆରମ୍ଭ ହୋଇ ଦିନ 10ଟା57 ମିନିଟ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି । ହେଲେ ମନ୍ଦିର ମାନଙ୍କରେ ଠାକୁର ମାନଙ୍କ ନୀତିକାନ୍ତି ସୂର୍ଯ୍ୟଗ୍ରହଣ ଲାଗିବାର 12ଘଣ୍ଟା ପୂର୍ବରୁ ବନ୍ଦ ହୋଇଯିବା ସହ ଗୃହ ମାନଙ୍କରେ ମଧ୍ୟ 12ଘଣ୍ଟା ପୂର୍ବରୁ ପାକ ନିଷେଧ ତଥା ହାଣ୍ଡିଛାଡ ହେବ ବୋଲି ଜଣାପଡ଼ିଛି ।
Leave a Reply