ବହିଲେଖି ସରକାରଙ୍କୁ ସମାଲୋଚନା କଲେ ତାରାଦତ୍ତ

ବହିଲେଖି ସରକାରଙ୍କୁ ସମାଲୋଚନା କଲେ ତାରାଦତ୍ତ

Dengura

 

 

ବହି ଲେଖି ସରକାରଙ୍କ ଗୋହି ଖୋଳିଳେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାରା ଦତ୍ତ  ଏଭଳି କିଛି ନୂଆ ଅନ୍ଦାଜରେ ମୁଖ୍ୟମନ୍ତ୍ରୀଙ୍କୁ ତେରଚ୍ଛା ବାଣ ମାରିଛନ୍ତି ରାଜ୍ୟ ସରକାରଙ୍କ ଏହି ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଆଉ ଖୋଲିଦେଇଛନ୍ତି ରାଜ୍ୟରେ ଚାଲିଥିବା ଅମଲା ଶାସନର ଗୁମର....ଉନ୍ମୋଚନ ହେବାକୁ ଥିବା ତାଙ୍କ ବହି ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ ଦ୍ବାରା ରାଜ୍ୟରେ ବିଗତ 20 ବର୍ଷ ଭିତରେ ସରକାର କିଭଳି ଚାଲୁଛି ତାର ପର୍ଦ୍ଦାଫାଶ କରିଛନ୍ତି ତାରା ଦତ୍ତ । ତାରାଙ୍କ ଅକୁହା କଥା ଏବେ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି  ତାରା ଦତ୍ତ ତାଙ୍କ ବହିରେ ନିଜ ମନର ଭିତିରି କଥା ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି ଯେ........ ସରକାରଙ୍କ ବାମ ହାତ କଥା ଡାହଣ ହାତ ଜାଣୁ ନାହିଁ   ରାଜ୍ୟ ସରକାର ତଳଠୁ ଉପରୁ ପର୍ଯ୍ୟନ୍ତ ମାଳ ମାଳ ଦୁର୍ନିତିରେ ପୋତି ହୋଇ ରହିଛନ୍ତି  । ଖାଲି ସେତିକି ନୁହେଁ ସେ ଆହୁରି ଲେଖିଛନ୍ତି ସରକାରଙ୍କ ପ୍ରଶାସନିକ ସ୍ତରରେ କିଛି ବରିଷ୍ଠ ଅଧିକାରୀଙ୍କ ମନମାନି ଯୋଗୁଁ ରାଜଧାନୀରେ ଜମି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସାଙ୍ଗକୁ ବସ୍ତି ସଂଖ୍ୟା ବଢିବାରେ ଲାଗିଛି  । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭୁବନେଶ୍ବର ଓ ଜଟଣି ତହସିଲରେ ଜମି ବନ୍ଦବୋସ୍ତ ବେଳେ ନ୍ୟାୟାଳୟ ଓ ସରକାରଙ୍କ ନିର୍ଦେଶନାମାକୁ କିଭଳି ଉଲଙ୍ଘନ କରାଯାଇଛି ବହି ମାଧ୍ୟମରେ ତାହାର ଅବତାରଣା କରିଛନ୍ତି  । ସେହିଭଳି ଶିକ୍ଷାନୁଷ୍ଠାନ ନାଁରେ ରାଜଧାନୀ ସମେତ ଜଟଣୀରେ ବିପୁଳ ପରିମାଣରେ ଜମି ହାତାଯାଇଥିବା ଦର୍ଶାଇଛନ୍ତି ତାରା ଦତ୍ତ    ତେବେ ତାରାଙ୍କ ଏହି ବହି ରାଜ୍ୟ ରାଜନୀତିକୁ ବେଶ ସରଗରମ କରିତୋଳିଛି  । ସରକାରଙ୍କୁ ଘେରିଛନ୍ତି ବିରୋଧୀ...ଉଭୟ ବିଜେପି ଓ କଂଗ୍ରେସ ତାରା ଦତ୍ତଙ୍କ କଥା ସତ ବୋଲି କହିବା ସହ ସରକାରଙ୍କ ଭ୍ରଷ୍ଟାଚାର ଆଉ ବେଶିଦିନ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି

Leave a Reply

Your email address will not be published. Required fields are marked *

Comments

:)