ବଲିଉଡ ସୁପରଷ୍ଟାର ଦିଲ୍ଲୀପ କୁମାରଙ୍କ ଦେହାନ୍ତ

ଡେଙ୍ଗୁରା

Dengura

 

ବଲିଉଡ ସୁପରଷ୍ଟାର ଦିଲ୍ଲୀପ କୁମାରଙ୍କ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଦେହାନ୍ତ ହୋଇଛି। ଗତ ବୁଧବାର ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବା ସମସ୍ୟା ଯୋଗୁଁ ଡାକ୍ତରଖାନା ନିଆଯାଇଥିଲା। ସେ ଦ୍ୱିତୀୟ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଦିଲୀପ କୁମାରଙ୍କୁ ପ୍ରଥମେ ଜୁନ୍ ୬ରେ ଡାକ୍ତରଖାନା ନିଆଯାଇଥିଲା ଓ ତାଙ୍କର ଅମ୍ଳଜାନ ସହାୟତାରେ ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଜୁନ୍ ୧୧ ରେ ଡିସଚାର୍ଜ ହୋଇଥିଲେ ।କିଡନୀ ରୋଗଠାରୁ ଆରମ୍ଭ କରି ନିମୋନିଆ ପର୍ଯ୍ୟନ୍ତ ଅସୁସ୍ଥତା କୀରଣରୁ ଦିଲ୍ଲୀପ କୁମାର ଗତ କିଛି ବର୍ଷ ହେବ ବାରମ୍ବାର ହସ୍ପିଟାଲରେ ଚିକିତ୍ସା ପାଇଁ ଆସୁଥିଲେ ।ଦିଲୀପ କୁମାରଙ୍କର ପ୍ରକୃତ ନାମ ୟୁସୁଫ୍ ଖାନ ।  ୬୦ ଦଶକର ଲୋକପ୍ରିୟ ଅଭିନେତା ୬୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।୧୯୯୪ ମସିହାରେ ସେ ଶ୍ରେଷ୍ଠ ଦାଦାସାହେବ ଫାଲକେ ଆୱାର୍ଡ ପାଇଥିଲେ ଓ ୨୦୧୫ରେ ସେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । 

 

Leave a Reply

Your email address will not be published. Required fields are marked *

Comments

:)