ପାଣିପାଇଁ ଡହଳବିକଳ-ବିଧାୟକଙ୍କୁ ଘେରିଲେ ଲୋକ, ମାଗିଲେ ଜବାବ

Dengura

ମାଲକାନାଗିରି, 2 ଜୁନ (ନି.ପ୍ର)-ଆଦିବାସୀ ଅଧୁଷିତ ମାଲକାନାଗିରିରେ ପାଣିପାଇଁ ଡହଳବିକଳ  । ସମଗ୍ର ଜିଲାରେ ଏବେ ପାଣି ଚିନ୍ତା ଜନକ ବିଷୟ ଥିବା ବେଳେ କୁମ୍ଭକର୍ଣ୍ଣ ନୁଦ୍ରାରେ ଶୋଇଛନ୍ତି ସରକାର  । ଯାହାକୁ ନେଇ ସମଗ୍ର ଜିଲାରେ ଅଶନ୍ତୋଷ ଦେଖାଦେବା ସହ ସ୍ଥାନୀୟ ବିଜେଡି ବିଧାୟକ ମାନସ ମାଡକାମୀଙ୍କୁ ଘେରିଥିଲେ ବିଧାୟକ  । ଯାହାକୁ ନେଇ ହଟହଟା ହୋଇଥିଲେ ବିଧାୟକ  ।

ଲୋକଙ୍କ ଅଭିଯୋଗ ଅନୁସାରେ ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲ କଣ ପାଇଁ ପୂରଣ କଲ ନାହିଁ  ବୋଲି ପ୍ରଶ୍ନ କରିବା ସହ ଜବାବ ମାଗିଲେ ସାଧାରଣ ଜନତା  ।  ଆଦିବାସୀ ଅଧୁଷିକ ସମଗ୍ର ଜିଲ୍ଲାରେ ଉତ୍କଟ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ବିଭାଗ ଚୁପ ହୋଇ ବସି ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  ।

ମାଲକାନଗିରି ବ୍ଲକ୍ ତଣ୍ଡକି ପ଼ଞ୍ଚାୟତରେ ବିଧାୟକ ମାନସ ମାଡକାମୀ ଗୋଟିଏ ବୈଠକରେ ଯୋଗଦେଇଥିବା ବେଳେ ସେଠାରେ କୁସୁମଗୁଡା ,ବୁଡୁଦି ଏବଂ ଚିଡିପାଲି ଗ୍ରାମବାସୀ ତାଙ୍କୁ ଦୀର୍ଘସମୟ ଧରି ଘେରାଉ କରିଥିଲେ । ବିଧାୟକ ଶ୍ରୀ ମାଡକାମୀ ତୁରନ୍ତ ବିଡିଓ  ତୁରନ୍ତ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଟ୍ୟାଙ୍କର ଯୋଗେ ଏହି ତିନି ଗ୍ରାମକୁ ପାଣି ଯୋଗାଇବାକୁ ପ୍ରତିଶୃତି ଦେବାପରେ ଲୋକମାନେ ତାଙ୍କୁ ଛାଡିଥିଲେ  । ମୋଟ ଉପରେ ପାଣି ପାଇଁ ବେଶ କିଛିସମୟ ଧରି ବିଜେଡି ବିଧାୟକ ମାନସ ମାଡକାମୀ ହଟହଟା ହେବା ଦେଖିବାକୁ ମିଳିଥିଲା  ।

Leave a Reply

Your email address will not be published. Required fields are marked *

Comments

:)