ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଛି

ଡେଙ୍ଗୁରା

Dengura

 

 ଭାରତରେ ମହାମାରୀ କରୋନାର ପ୍ରଭାବ ବଢ଼ିବାରେ ଲାଗିଛି  ।ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଏବେ କରୋନାସ୍ଥିତି ଜଟିଳ ହେବାରେ ଲାଗିଛି।  ଏବେ ଦେଶରେ ୩୩ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩ ହଜାର ୦୫୦ ରେ ପହଁଞ୍ଚିଛି ।  ଏପର୍ଯ୍ୟନ୍ତ ଭାରତରେ ୧୦୭୪ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨୩,୬୫୧ ସକ୍ରିୟ ଅଛନ୍ତି ,୮୩୨୫ ଜଣ ସୁସ୍ଥ ହୋଇଛନ୍ତି ।୨୪ଘଣ୍ଟାରେ ୧୭୧୮ଟି ମାମଲା ସାମନାକୁ ଆସିଛି । ମହରାଷ୍ଟ୍ରରେ  ସଂକ୍ରମିତଙ୍କ ସଂଖ୍ୟା  ଧୀରେ ଧୀରେ ବଢିବାରେ ଲାଗିଛି ।ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୨୮ ପଜିଟିଭ ଥିବା ବେଳେ ସେଥିରୁ ୮୮  ଜଣ ସକ୍ରିୟ ଥିବା ଜଣାପଡିଛି । କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି  

Leave a Reply

Your email address will not be published. Required fields are marked *

Comments

:)