
ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବାକି ଥିବା ପରୀକ୍ଷାକୁ ନେଇ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ । ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଲକ୍ ଡାଉନ୍ ଏକ ସୁଯୋଗ ଭାବେ ଗ୍ରହଣ କରନ୍ତୁ । ଯେକୌଣସି ସମୟରେ ପୁଣି ପରୀକ୍ଷା କରାଯିବ ।ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ।
Leave a Reply