ଗୋ-ମୂତ୍ର ଓ ଗୋବର ଦ୍ୱାରା ଭଲ କରାଯାଇପାରିବ କରୋନା ଭାଇରସକୁ

ଡେଙ୍ଗୁରା

Dengura

 

 ଭାରତୀୟ ଜନତା ପାର୍ଟି ବିଧାୟିକା ସୁମନ ହରିପ୍ରିୟା ଆସାମ ବିଧାନସଭାରେ କରୋନା ଭାଇରସକୁ ନେଇ ବଡ଼ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେ କହିଛନ୍ତି, ମୋର ବିଶ୍ୱାସ ଯେ, କରୋନା ଭାଇରସରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ଚିକିତ୍ସା ଗୋ-ମୂତ୍ର ଓ ଗୋବର ଦ୍ୱାରା ଭଲ କରାଯାଇପାରିବ । ସୂଚନାଯୋଗ୍ୟ, କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୩୦୦୦ ଅତିକ୍ରମ କରିଥିବା ବେଳେ ଏହି ମାରାତ୍ମକ ଭାଇରସରେ ୮୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚୀନ ପରେ ଇଟାଲି, ଇରାନ, ଜାପାନ, ଦକ୍ଷିଣ କୋରିଆରେ ଏହି ଭାଇରସ ରାଜୁତି କରୁଛି । ଦିଲ୍ଲୀ ଓ ତେଲେଙ୍ଗାନାରେ ଜଣେ ଲେଖାଏଁ ଲୋକଙ୍କ ନିକଟରେ କରୋନା ଭାଇରସ ମିଳିବା ପରେ ଭାରତୀୟମାନେ ମଧ୍ୟ ଡରିଯାଇଛନ୍ତି । ଏସବୁ ପରେ ବି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶବାସୀଙ୍କ ନିକଟରେ ଅପିଲ କରିଛନ୍ତି, କରୋନା ଭାଇରସକୁ ନେଇ ଆଦୌ ଚିନ୍ତା କରୁନ୍ତୁ ନାହିଁ । ସୋମବାର ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଏବେ ଭାରତରେ ୩ଟି ପଜିଟିଭ ମାମଲା ଦେଖାଯାଇଛି । ଏମାନେ ସମସ୍ତେ ଠିକ ହୋଇଯାଇଛନ୍ତି । 

 

 

 

 

Leave a Reply

Your email address will not be published. Required fields are marked *

Comments

:)