
ଭୁବନେଶ୍ବର, 2 ଜୁନ (ନି.ପ୍ର)-ବିଜେଡିରେ ନବକଳେବର ଜାରି ରହିଛି । ପ୍ରଥମେ ଛାମୁଆଁ ସଙ୍ଗଠନ ଗୁଡିକରେ ବଡ ଧରଣର ପରିବର୍ତନ ପରେ ଏବେ ଦଳୀୟ ସ୍ତରରେ ପରିବର୍ତନ ଆରମ୍ଭ ହୋଇଛି । ନିକଟରେ ନୂଆକରି ମନ୍ତ୍ରୀମଣ୍ଡଳରେ ଦଳର ଅଧିକାଂଶ ମୁଖପାତ୍ର ସ୍ଥାନ ପାଇଛନ୍ତି । ତେଣୁ ଦଳର ମୁଖିଆ ଏବେ ମୁଖପାତ୍ର ନିଯୁକ୍ତି ନେଇ ପକ୍ରିୟା ଆରମ୍ଭ କରିଛନ୍ତି ।
ମୁଖପାତ୍ର ତାଲିକାରେ ରହିଥିବା ମନ୍ତ୍ରୀ ଶଶୀଭୂଷଣ ବେହେରା, ପ୍ରତାପ ଜେନା, ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ପରି ନେତାଙ୍କୁ ମୁଖପାତ୍ର ପଦବୀରୁ ବାଦ ଦିଆଯିବ । ତାଙ୍କ ସ୍ଥାନରେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଦଳର ନେତା ସଞ୍ଜୟ ଦାସବର୍ମା, ଅରୁଣ ସାହୁ , ଦେବୀପ୍ରସାଦ ମିଶ୍ର ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଏହି ତାଲିକାରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି ।
ବିଶେଷ କରି ପ୍ରତ୍ୟେକ ଦିନ ରାଜ୍ୟର ବିରୋଧୀ ଦଳ ବିଜେପିର ଶାଣିତ ରାଜନୈତିକ ଆକ୍ରମଣ ଜାରି ରହିଛି । ରାଜ୍ୟ ସରକାରଙ୍କ ରହିଥିବା ସ୍ଥାଣୁତା ଓ ଅପାରଗତାର ଖୁଲାସା କରିଛନ୍ତି । ତେଣୁ ଏହିପରି ସ୍ଥିତିରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ନିଦ ଏକପ୍ରକାର ହଜିଯାଇଛି । ତେଣୁ ବିଜେପିକୁ ମୁକାବିଲା କରିବା ପାଇଁ ଖୁବଶୀଘ୍ର ମୁଖପାତ୍ର ତାଲିକାରେ ଏକ ବଡ ଧରଣର ପରିବର୍ତନ ପାଇଁ ଦଳର ମୁଖିଆ ଚିନ୍ତା କରିଥିବା ଚର୍ଚ୍ଚା ହେଉଛି । ବିଶେଷ କରି ଯୁବ ଓ ଛାତ୍ର ସଙ୍ଗଠନର ଦାୟିତ୍ବରେ ଥିବା ଦୁଇ ନେତା ଶ୍ରୀ ଦାସବର୍ମା ଓ ଶ୍ରୀ ସାହୁଙ୍କୁ ଗୁରୁ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।
Leave a Reply