
କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ସେ ଭାରତକୁ ବଳାତ୍କାରର ରାଜଧାନୀ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଦୁନିଆର ବଳାତ୍କାରର ରାଜଧାନୀ ରୂପେ ପରିଚିତ ହେଉଛି। ନିଜର ସଂସଦୀୟ କ୍ଷେତ୍ର କେରଳର ଓ୍ଵାୟନାଡ଼ରେ ଏକ କାର୍ୟ୍ୟ କ୍ରମରେ ରାହୁଲ ଗାନ୍ଧୀ ବଳାତ୍କାର ଓ ହତ୍ୟା ଆରୋପି ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଭାରତକୁ ଦୁନିଆରେ ବଳାତ୍କାରର ରାଜଧାନୀ ରୂପେ ଗଣାଯାଉଛି। ଅନ୍ୟ ଦେଶ ପ୍ରଶ୍ନ କରୁଛନ୍ତି ଯେ, କଣ ଭାରତ ନିଜର ମା-ଭଉଣୀଙ୍କ ସୁରକ୍ଷା କରି ପାରୁନାହିଁ। ଜଣେ ବିଜେପି ବିଧାୟକ ମହିଳାଙ୍କ ସହ ବଳାତ୍କାର ମାମଲାରେ ସାମିଲ, ମାତ୍ର ପ୍ରଧାନମନ୍ତ୍ରୀ ଏହା ଉପରେ ଗୋଟିଏ ଶବ୍ଦ ମଧ୍ୟ କହୁ ନାହାନ୍ତି।
Leave a Reply