କାଲିଠୁ ବର୍ଷା

ଡେଙ୍ଗୁରା

Dengura

 

 କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ର ପ୍ରଭାବ ଅନୁଭୂତ ହେଉଛି । ଜାନୁଆରୀ 1 ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ରହିବ । କିନ୍ତୁ  ଏହା ମଧ୍ୟରେ ୨୫ ଓ ୨୬ ତାରିଖରେ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ  ସୂଚନା ଦେଇଛି ।25 ତାରିଖ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବ । ୨୬ ତାରିଖରେ ଉତ୍ତରଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ଝିପିଝିପି ବର୍ଷାହେବାର ସମ୍ଭାବନା ରହିଛି । । ଏହି ୨ଦିନ ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା,ପୁରୀ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ଘନ କୁହୁଡ଼ି ଲାଗି ରହିବ କିନ୍ତୁ ବର୍ଷା ହେବା ସମ୍ଭାବନା ନଥିବା ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ  ଜାନୁଆରୀ ପହିଲା ଯାଏଁ ତାପମାତ୍ରା କମିବା କାରଣରୁ ଥଣ୍ଡା ବଢିବା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Comments

:)