କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ନିକଟତର ହୋଇଛି ମହାରାଷ୍ଟ୍ରରେ

ଡେଙ୍ଗୁରା

Dengura

 

  କରୋନା ସଂକ୍ରମିତ ସଂଖ୍ୟା ୧୦ ହଜାର ନିକଟତର ହୋଇଛି ମହାରାଷ୍ଟ୍ରରେ । ମଙ୍ଗଳବାର ରାଜ୍ୟରେ ପୁଣି ୭୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ କରୋନା ରୋଗୀ ସଂଖ୍ୟା ୯ ହଜାର ୩୧୮ରେ ପହଞ୍ଚିଛି । କେବଳ ମୁମ୍ବାଇରେ କରୋନା ସଂକ୍ରମଣ ସଂଖ୍ୟା ୫ ହଜାର ୯୮୨ ଜଣ । ମୁମ୍ବାଇରେ ମଙ୍ଗଳବାର  ଗୋଟିଏ ଦିନରେ ୩୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଧାରାବୀରେ ଗୋଟିଏ ଦିନରେ ସର୍ବାଧିକ ୪୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି  ରିପୋର୍ଟରେ ମଙ୍ଗଳବାର ମୁମ୍ବାଇରେ ୪୩୧ ଜଣ ସନ୍ଦିଗ୍ଧ ରୋଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୩୩୯ ଜଣଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ମୁମ୍ବାଇରେ ସୋମବାର ୨୫ ଜଣ ଲୋକ କରୋନା ଭାଇରସରେ ମୃତ୍ୟୁ ହୋଇଥିଲାବେଳେ  ମୁମ୍ବାଇରେ ୩୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଏପର୍ଯ୍ୟନ୍ତ ୯୩୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ୨୯ ହଜାର ୪୩୫ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୬୮୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ୨୩ ପ୍ରତିଶତ ରୋଗୀ ଠିକ ହୋଇଛନ୍ତି । ଆରଟି-ପିସିଆର ଓ ଆଣ୍ଟିବଡି ଟେଷ୍ଟ କିଟ କରାଯିବା ପାଇଁ କେନ୍ଦ୍ର ସରକାର ଜୋର ଦେଇଛନ୍ତି । 

Leave a Reply

Your email address will not be published. Required fields are marked *

Comments

:)