ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ଡେଙ୍ଗୁରା

Dengura

 

ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ଖରାପ ପାଗ ଯୋଗୁଁ ଏହି ଗସ୍ତ ବାତିଲ ହୋଇଛି ।ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ  ଆଜି ବଲାଙ୍ଗୀର ସହର ଉପକଣ୍ଠରେ ଥିବା ବରକାନୀରେ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ଏହା ସହ ସେ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲିରେ ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଘନ କୁହୁଡ଼ି ଓ ଖରାପ ପାଗ କାରଣରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗସ୍ତ ବାତିଲ ହୋଇଛି । ସେ କାର୍ଯ୍ୟକ୍ରମକୁ ନ ଆସି ପାରିଥିବା ହେତୁ ଦୁଃଖପ୍ରକାଶ କରିଥିବା ମଧ୍ୟ ଜଣାପଡ଼ିଛି ।

 

Leave a Reply

Your email address will not be published. Required fields are marked *

Comments

:)